କାର୍ ଧକ୍କା ରେ ଯୁବକ ଗୁରୁତର।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ,ନିପ୍ର)::: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଷ୍ଟାର ହୋଟେଲ ନିକଟରେ ଆଜି ମଧ୍ୟାହ୍ନରେ ଏକ କାର ଧକ୍କାରେ ଜଣେ ଯୁବକ ଗୁରୁତ୍ତର ଆହତ ହୋଇ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ଡବ୍ଲୁବି ୧୨ ବିଏଫ ୩୯୬୬ ନମ୍ବର ବିଶିଷ୍ଟ କାରରେ ହାୱଡା ଅଞ୍ଚଳର ଗୋଟେ ପରିବାର ର ଚାରି ଜଣ ସଦସ୍ୟ ପୁରୀ ଅଭିମୁଖେ ଯାଉଥିବା ବେଳେ ଷ୍ଟାର ହୋଟେଲ ସମ୍ମୁଖରେ ରାସ୍ତା କଡରେ ଛିଡା ହୋଇ ମୋବାଇଲରେ କଥା ହେଉଥିବା ବଡ଼ପୋଖରୀ ଅଞ୍ଚଳର
ଶ୍ରବଣ ମହାକୁଡ଼ଙ୍କୁ ଧକ୍କା ଦେଇଥିଲା। ଫଳରେ ଶ୍ରବଣ ଗୁରୁତ୍ତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ।ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରି ଥାନାରେ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
