ସୋରରେ ସିରିଜ୍ ଦୁର୍ଘଟଣା
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋରରେ ସିରିଜ୍ ଦୁର୍ଘଟଣା। ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ମାଟିଆପଲ୍ଲା ଛକ ନିକଟରେ ଟ୍ରକ ଧକାରେ ଏକ ଗ୍ରୋସେରୀ ବୋଝେଇ ପିକଅପ ଭାଙ୍ଗିରୁଜି ଚୋରମାର ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ଗ୍ରୋସେରୀ ସାମଗ୍ରୀ ନଷ୍ଟ ହୋଇଯାଇଛି। ସୂଚନା ଅନୁସାରେ ଆଜି ଅପରାହ୍ନରେ ଓଡି ୦୧ସି ୩୮୪୬ ନମ୍ବର ବିଶିଷ୍ଟ ପିକଅପ ଭ୍ୟାନ ବାଲେଶ୍ୱରରୁ ଗ୍ରୋସେରୀ ସାମଗ୍ରୀ ବୋଝେଇ କରି ତୁଡିଗଡ଼ିଆ ଅଭିମୁଖେ ଯାଉଥିଲା।ମାଟିଆପଲ୍ଲା ଛକ ନିକଟରେ ପିକଅପ ଟି ତଳ ରାସ୍ତାକୁ ଖସୁଥିବା ବେଳେ ପଛରୁ ଝାଡଖଣ୍ଡ ରୁ ବିଜୟୱାଡା ଯାଉଥିବା ଏପି ୩୯ ଟିଟି ୧୫୬୯ ନମ୍ବର ବିଶିଷ୍ଟ ତାର ବୋଝେଇ ଟ୍ରକ ପିକଅପକୁ ଧକା ଦେଇଥିଲା। ଫଳରେ ପିକଅପ ଟି ଓଲଟି ପଡି ଭାଙ୍ଗିରୁଜି ଚୁରମାର ହୋଇ ଯାଇଥିବା ବେଳେ ପିକଅପରେ ଥିବା ରାସନ ସାମଗ୍ରୀ ନଷ୍ଟ ହୋଇଯାଇଥିଲା। କିନ୍ତୁ ସୌଭାଗ୍ୟ ଵଶତ ପିକଅପ ଚାଳକ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରି ଥାନାକୁ ଆଣିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
