*ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ, ଖଡ଼ିଆଳ ବିଧାୟକ ଯୋଗ ଦେଇ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଆହ୍ୱାନ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୬.୦୫.
ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ଖଡ଼ିଆଳ ଏନ ଏ ସି ଅଧ୍ୟକ୍ଷା ଉଜ୍ଜଳ ଗୁପ୍ତା ଅଧ୍ୟକ୍ଷତା କରିଥିବା ବେଳେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଆହ୍ୱାନ କରିଥିଲେ। ବୈଠକ ରେ ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ଉପାଧ୍ୟାୟ ଶକୁନ୍ତଳା ରାଉତ,ୱାର୍ଡ ସଦସ୍ୟ, ସଦସ୍ୟା ମାନେ ଯୋଗ ଦେଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉପରେ ମୋହର ଲଗାଇଥିଲେ। ବିଶେଷ କରି ପାରମ୍ପାରିକ ଜଳ ଉତ୍ସ କୁ ପୁନଃ ଉଦ୍ଧାର, ନବିକର କାର୍ଯ୍ୟ ହାତକୁ ନେଇଛନ୍ତି। ଅମୃତ ଭାରତ ଯୋଜନା, କେନାଲ୍ ପାଇପ୍ ଜଳ ସଂଯୋଗ କରଣ, ବିଭିନ୍ନ ଉନ୍ନୟମୂଳକ ପ୍ରକଳ୍ପ ଉପରେ ଆଲୋଚନା ହୋଇଅଛି।
