ସୋର ରେ ପେଟ୍ରୋଲ ପମ୍ପରେ ରାତି ତମାମ ଲମ୍ବା ଲାଇନ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ କୁ ଆଖି ଆଗରେ ରଖି ସାରା ଭାରତବର୍ଷରେ ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସର ଅଭାବ ଦେଖାଯାଇଥିବାବେଳେ ଏହାର ପ୍ରଭାବ ସୋରରେ ପଡିଛି। ଗତ କିଛି ଦିନ ହେବ ସୋରରେ ଥିବା ପେଟ୍ରୋଲ ପମ୍ପ ଗୁଡିକରେ ଲୋକଙ୍କ ଭିଡ ଜମିରହୁଥିବାବେଳେ ୨ଶହ ଟଙ୍କାରୁ ଅଧିକ ଟଙ୍କାର ପେଟ୍ରୋଲ ଦିଆ ଯାଉନଥିଲା । ମାତ୍ର ଗତକାଲିଠାରୁ ପ୍ରତି ପେଟ୍ରୋଲ ପମ୍ପରେ ଭିଡ ଜମିଥିବା ଦେଖାଯାଇଛି। ଘଣ୍ଟା ଘଣ୍ଟା
ଧାଡିରେ ରହି ଲୋକେ ପେଟ୍ରୋଲ ନେଉଥିବାବେଳେ ପେଟ୍ରୋଲ ସଙ୍କଟ ପାଇଁ ଜଣଙ୍କୁ ୫୦ ଟଙ୍କାର ପେଟ୍ରୋଲ ଦିଆଯାଉଛି । ଅଧିକ ପେଟ୍ରୋଲ ମିଳୁ ନଥିବାରୁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କିଛି ଲୋକ ଗାଡି ଘରେ ରଖ୍ ବସ କିମ୍ବା ଟ୍ରେନରେ ଯାତ୍ରା କରୁଥିବାବେଳେ ଅନେକ ଲୋକ ସାଇକେଲ ବ୍ୟବହାର କରୁଥିବା ଦେଖୁବାକୁ ମିଳିଛି ।
