କଟକ, (ନିପ୍ର) ପଣ୍ଡିତ ସୁଧୀର
କଟକ ସହର ସମେତ କଟକ ଜିଲ୍ଲାର ସମସ୍ତ ପେଟ୍ରୋଲ ଓ ଡିଜେଲ ଟାଙ୍କିରେ ଗାଡ଼ିରେ ତେଲ କିଣିବା ପାଇଁ ଗତ କାଲି ଠାରୁ ନହିଁ ନ ଥିବା ଅସମ୍ଭାଳ ଭିଡ଼ ଜମୁଛି, କଟକ ସହର ଦୋଳମୁଣ୍ଡାଇ ଲିଙ୍କ୍ ରୋଡ ସିଡିଏ ସେକ୍ଟର ଗୁଡିକରେ ଥିବା ପେଟ୍ରୋଲ ପମ୍ପ ଓ ଜଗତପୁର ଅଞ୍ଚଳରେ ଅନେକ ସ୍ଥାନରେ ପେଟ୍ରୋଲ ପମ୍ପ ବନ୍ଦ ଥିବାର ଦେଖାଯାଇଥିଲା, ସହରାଞ୍ଚଳ ରେ ଲୋକ ମାନଙ୍କ ଲମ୍ବା ଧାଡ଼ିରେ ପ୍ରବଳ ଖରାରେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍ ପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି, ଫଳରେ ପୋଲିସ ପକ୍ଷରୁ ଟ୍ରାଫିକ ସମସ୍ୟା ସମାଧାନ ପାଇଁ ନାକେଦମ୍ ହେବାକୁ ପଡ଼ିଛି, ବାଇକ୍ ପାଇଁ ୧୦୦ଟଙ୍କା ଓ କାର ଆଦି ଚାରି ଚକିଆ ଯାନ ପାଇଁ ୧୦୦୦ ଟଙ୍କାର ତେଲ ଓ ଡିଜେଲ ପାଇଁ ଟାଙ୍କି ମାଲିକ ମାନେ ନିୟମ କରିଥିବା ବେଳେ, ବିଭାଗୀୟ ମନ୍ତ୍ରୀ ରାଜ୍ୟରେ ତେଲ ମହଜୁଦ୍ ଥିବା କଥା କହୁଥିବା ବେଳେ ତେଲ ଯୋଗାଣକାରି କମ୍ପାନୀ ଟାଙ୍କି ମାଲିକ ଓ ପ୍ରଶାସନ ମଧ୍ୟରେ ସମନ୍ଵୟ ବୈଠକ ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଯାହା ଖବର ସଂଗୃହୀତ ହୋଇଛି, ଏଣୁ ସରକାର ତୈଳ ଯୋଗାଣ କାରି କମ୍ପାନୀ ଏବଂ ଟାଙ୍କି ମାଲିକ ମାନେ ଏକାଠି ବୈଠକ ପାଇଁ ପ୍ରସ୍ତୁତ ହେଉ ଥିବାର କଥା ଜଣାପଡ଼ିଛି, ରାଜ୍ୟରେ ତୈଳ ମହଜୁଦ୍ ରହିଛି ବୋଲି ମନ୍ତ୍ରୀ କହୁଥିବା ବେଳେ ପ୍ରକୃତ ସମସ୍ୟା ର ମୂଳ କାରଣ ଖୋଜିବାକୁ ପଡିବ ବୋଲି ମତ ପୋଷଣ କରିଛନ୍ତି, ତେବେ ଏଭଳି ତୈଳ ସଙ୍କଟ ପାଇଁ ପ୍ରକୃତ ସମସ୍ୟା କେଉଁଠି ଅଛି ତାହା ଯଦି ଶୀଘ୍ର ଜନସାଧାରଣ ନ ଜାଣିବେ ତେବେ କରୋନା ସଙ୍କଟ ଭଳି ସ୍ଥିତି ଆହୁରି ଭୟଙ୍କର ହେବ, ଘରୋଇ ବସ୍ ମାଲିକ ମାନେ ଏଭଳି ପରିସ୍ଥିତି ପାଇଁ କ୍ଷଭ ପ୍ରକାଶ କରିବା ସହ ଚିନ୍ତା ପ୍ରକଟ କରିଛନ୍ତି। ତୁରନ୍ତ ଏଭଳି ତୈଳ ସଙ୍କଟ ଦୂର କରିବା ପାଇଁ ଜନ ସାଧାରଣରେ ଦାବି ହୋଇଛି
