*ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଶ୍ରମ ଦିବସ ପାଳିତ*
*୨୧୨ ଜଣ ନିର୍ମାଣ ଶ୍ରମିକଙ୍କୁ ପ୍ରଦାନ କରାଗଲା ୧ କୋଟି ୯ ଲକ୍ଷ ୬୨ ହଜାର ୨୦୦ ଟଙ୍କାର ସହାୟତା ରାଶି*
ବରଗଡ଼,-୦୨.୦୫.(ନି, ପ୍ର )(ଯୋଗେନ୍ଦ୍ର ସାହୁ )
ବରଗଡ ଶ୍ରମ କାର୍ଯ୍ୟାଳୟ ତଥା ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନ୍ତର୍ଜାତୀୟ ଶ୍ରମ ଦିବସ ମହାସମାରୋହ ରେ ପାଳନ କରାଯାଇଅଚ୍ଛି । ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀମତୀ ମଧୁ ଛନ୍ଦା ସାହୁ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବରଗଡ଼ସାଂସଦ ପ୍ରତିନିଧି ଶ୍ରୀ ସୁକାନ୍ତ ଦାସ ଯୋଗ ଦେଇ ଦେଶ ଗଠନରେ ଶ୍ରମିକଙ୍କର ଗୁରୁ ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ସେମାନଙ୍କ ଅବଦାନକୁ ସାଧୁବାଦ ଜଣାଇଥିଲେ । ଏଥିସହ ଜ଼ିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ ) ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ମିଳୁଥିବା ସହାୟତା ରାଶି ବାବଦରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟକି, ଏହି କାର୍ଯ୍ୟକ୍ରମ ରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ପ୍ରଦାନ କରା ଯାଉଥିବା ସହାୟତା ରାଶି ଯଥା ବିବାହ ସହାୟତା ରାଶି ବାବଦକୁ ୨୦ ଜଣ ଶ୍ରମିକଙ୍କୁ ୧୦,୦୦୦୦୦/- ଟଙ୍କା , ମୃତ୍ୟୁ ସହାୟତା ରାଶି ବାବଦକୁ ୩୦ ଜଣଙ୍କୁ.୮୭,୦୦୦୦୦/- ଟଙ୍କା, ଅନ୍ତ୍ୟେଷ୍ଟି କାଳୀନ ସହାୟତା ରାଶି ବାବଦକୁ ୩୦ ଜଣଙ୍କୁ ୧,୫,୦୦୦୦/- ଟଙ୍କା , ଶିକ୍ଷା ସହାୟତା ରାଶି ବାବଦକୁ ୧୩୨ ଜଣଙ୍କୁ ୧୦, ୯୨,୨୦୦/- ଟଙ୍କାକୁ ମିଶାଇ ଜିଲ୍ଲାର ୨୧୨ ଜଣ ନିର୍ମାଣ ଶ୍ରମିକଙ୍କୁ ସର୍ବମୋଟ ୧ କୋଟି ୯ଲକ୍ଷ ୬୨ ହଜାର ୨୦୦ ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଥିଲା। ଏତତ୍ ବ୍ୟତୀତ ୧୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ ସହ ଓଡ଼ିଆ ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ଜଣେ ଶ୍ରମିକଙ୍କ ମୃତ୍ୟୁ କାଳୀନ ସହାୟତା ନିମିତ୍ତ ୨ ଲକ୍ଷ୍ ଟଙ୍କା ପ୍ରଦାନ କରାଯାଇଥିଲା ଏଵଂ ୨୦ ଗୋଟି ପରିଚୟ ପତ୍ର ବଣ୍ଟନ କରା ଯାଇ ଅଛି।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକରୁ ୨୫୦ରୁ ଅଧିକ ନିର୍ମାଣ ଏବଂ ଅଣସଂଗଠିତ ଶ୍ରମିକ, ଉପସ୍ଥିତ ଥିବା ସହ ବରଗଡ ଶ୍ରମ କାର୍ଯ୍ୟାଳୟର ସମସ୍ତ ଅତିରିକ୍ତ ଶ୍ରମ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରି ଥିଲେ। ପ୍ରଭାଗୀୟ ଶ୍ରମ ଆଯୁକ୍ତ, ବରଗଡ ଶ୍ରୀ ମ।ନଭଞ୍ଜନ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଜ଼ିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ) ଧନ୍ୟବାଦ ଅର୍ପଣ କରିଥିଲେ।
