ପଞ୍ଚଭୁତରେ ବିଲୀନ ହେଲା ଯୁବନେତା ବାବୁଲାଙ୍କ ମରଶରୀର :
ରେମୁଣା ବ୍ଲକ ଅନ୍ତର୍ଗତ କରଞିଆ ପଞ୍ଚାୟତର ଫକୀରମୋହନ ନଗରବାସୀ ଗଦାଧର ମହାରଣା (ବାବୁଲା ) ଙ୍କ ଦେହାନ୍ତ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। କିଛି ଦିନ ଧରି ଅସୁସ୍ଥ ଥିବା ବେଳେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ଆଜି ବାଲେଶ୍ବରରେ ତାଙ୍କ ମରଶରୀର ପହଞ୍ଚିବା ପରେ ପରିବାର ବର୍ଗ, ବନ୍ଧୁ ବାନ୍ଧବ, ଗ୍ରାମବାସୀ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ମାୟାଧର ମହାଳିକ, ଯୁବନେତା ବିକାଶ ପାଢ଼ୀ, ସମ୍ବିତ ବେହେରା, ନିକୁଞ୍ଜ ଆଚାର୍ଯ୍ୟ, ଶିବାନନ୍ଦ ପଣ୍ଡା, ଦିଲ୍ଲୀପ ପଣ୍ଡା, ଭଗବାନ ବେହେରା, ଭଞକିଶୋର ପ୍ରଧାନଙ୍କ ସମେତ କରଞ୍ଜିଆ ତଥା ଆଇଟିଆଇ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିବା ଲକ୍ଷ୍ୟ କରାଯାଇଥିଲା।।।
