ରାୟଗଡ ଥାନା ରେ ନୂତନ ଥାନା ଅଧିକାରୀ ଙ୍କ ଯୋଗଦାନ….
ଗଜପତି ଭଞ୍ଜ ଦୂତ ନିପ୍ର (ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ଼ ଥାନାରେ ନୂତନ ଥାନା ଅଧିକାରୀ ଭାବରେ ପ୍ରମଦ କୁମାର ଖଣ୍ଡୁଆଳ ଯୋଗଦାନ କରିଛନ୍ତି।
କିଛି ଦିନ ତଳେ ଜିଲ୍ଲା ପୋଲିସ ମୁଖ୍ୟାଳୟ ତରଫରୁ ଥାନା ଅଧିକାରୀ ମାନଙ୍କ ବଦଳୀ ଆଦେଶ ଜାରି କରାଯାଇଥିଲା । ସେହି ପ୍ରକାରେ ପ୍ରମାଦ କୁମାର ଖଣ୍ଡୁଆଳ ଙ୍କୁ ରାୟଗଡ଼ ଥାନା କୁ ବଦଳି ହଇଥିଲା। ଏଥି ପୂର୍ବରୁ ରା ଉଦୟଗିରୀ ଥାନାରେ ଏଇଏଇସି ଭାବେ କାର୍ଯ୍ୟରତ ଥିଲେ । ରାୟଗଡରେ ଥିବା ଥାନା ଅଧିକାରୀ ଙ୍କୁଆଶ୍ୱିନ କୁମାର ଭିତିରୀୟା ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏଥି ପୂର୍ବରୁ ଥିବା ଥାନା ଅଧିକାରୀ ଆଶ୍ୱିନ କୁମାର ଭିଟିରୀୟା ଙ୍କୁ ପାରଳାଖେମୁଣ୍ଡି ଥାନକୁ ବଦଳି ହୋଇଥିବା ସୁଚନା ମିଳିଛି। ଥାନା ଅଞ୍ଚରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଲୋକଙ୍କୁ ସୁରକ୍ଷା ଦେବା, ଡ୍ରିଙ୍କ ଆଣ୍ଡ ଡ୍ରାଇଭ ରୋକିବା ଆମର ପ୍ରାଥମିକତା ହେବ ବୋଲି ନୂତନ ଥାନା ଅଧିକାରୀ ଶ୍ରୀ ପ୍ରମଦ ପ୍ରକାଶ କରିଛନ୍ତି।
