ଝାରପୋଖରିଆ ଅଞ୍ଚଳରେ ଚୋରମାନଙ୍କର ପ୍ରାଦୁର୍ଭାବ ବୃଦ୍ଧି, ପୋଲିସ ନୀରବଦ୍ରଷ୍ଟା
____________________
ତା/୨୫/୦୪/୨୬(ନି.ପ୍ର) ସାରସକଣା(ଅନିଲ କୁମାର ସାହୁ): ସାଧାରଣ ଲୋକ ଟି ଆୟର କିଛି ଅଂଶ ଟଙ୍କା କିମ୍ବା ସୁନା ଅଳଙ୍କାର ଘରେ ସଞ୍ଚୟ କରିଥାଏ ଯେ ଆଗାମୀ ଦିନରେ ତାର ପରିବାର ରା କିଛି ଅସୁବିଧା ହେଲେ ସଞ୍ଚୟ କରି ରଖିଥିବା ଟଙ୍କା କିମ୍ବା ସୁନା ଅଳଙ୍କାର ଆବଶ୍ୟକ ବେଳେ କାମରେ ଲାଗିବ, କିନ୍ତୁ ସେହି ଟଙ୍କା କିମ୍ବା ସୁନା ଅଳଙ୍କାର କେହି ଚୋରି କରି ନେଇ ଯାଏ ତାହା ହେଲେ ତା’ର କିମ୍ବା ତା’ ପରିବାର ର ସଦସ୍ୟଙ୍କ ଅବସ୍ଥା କିପରି ହେବ । ତାହା ବହୁତ ଦୁଃଖ ଦାୟକ ଘଟଣା । ବିଗତ କିଛି ଦିନ ହେଲା ଝାରପୋଖରିଆ(ବମ୍ବେଛକ) ଅଞ୍ଚଳରେ ଚୋର ମାନଙ୍କର ପ୍ରାଦୁର୍ଭାବ ବୃଦ୍ଧି ପାଇଛି । କିଛିଦିନ ତଳେ ଜଣେ ଜଣାଶୁଣା ବସ୍ ମାଲିକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିଲା ଏବେ ଲୋକନାଥ ମନ୍ଦିର ନିକଟରେ ଥିବା ଏକ ବିୟୁଟି ପାର୍ଲର ଘରୁ ମଧ୍ୟ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହେଇଛି, ଏହା ପୂର୍ବରୁ ଝାରପୋଖରିଆ ବଜାର ଥିବା କିଛି ଦୋକାନ ଗୁଡ଼ିକ ରୁ ମଧ୍ୟ ମୋଟା ଅଙ୍କର ଟଙ୍କା ଚୋରି ହୋଇଅଛି । ଏହି ସବୁ ଚୋରି ଘଟଣା ବାବଦରେ ସ୍ଥାନୀୟ ଝାରପୋଖରିଆ ଥାନାରେ ମାମଲା ରୁଜୁ ହୋଇଛି । ତେବେ ଏଭଳି ବାରମ୍ବାର ଚୋରି ଝାରପୋଖରିଆ ଅଞ୍ଚଳରେ ହେଉଥିବା ବେଳେ ଝାରପୋଖରିଆ ପୋଲିସ ର କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଛ । ଲୋକଙ୍କ ପୋଲିସ ପ୍ରତି ଭରସା ଆଉ ରହୁ ନାହିଁ। ନା ଝାରପୋଖରିଆ ପୋଲିସ ଠିକ୍ ଭାବରେ ନିଜ ଦାୟିତ୍ୱ ନିର୍ବାହ କରିପାରୁ ନାହାନ୍ତି ତାହା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚ଼ନାର ବିଷୟବସ୍ତୁ ପାଲଟିଛି । ଭଞ୍ଜଦୁତ ଖବର।
