Sulag,, ଗଛରେ ପିଟି ହେଲା ବୋଲେରୋ ଜଣେ ମହିଲା ୪ଗୁରୁତର। Anchor,କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଗୁନୁଗୁନିଆ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି
ଭାରସାମ୍ୟ ହରାଇ ଏକ ବୋଲେରୋ ଗାଡ଼ି ରାସ୍ତା କଡ଼ରେ ଥିବା ଗଛରେ ପିଟି ହେବା ଫଳରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣେ ଗୁରୁତର ଆହାତ ହୋଇଛନ୍ତି। ସୂଚନା ଅନୁଯାୟୀ ପାହାନ୍ତିଆ ରୁ ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ୫ଲୋକ ବୋଲେରୋ ଯୋଗେ ଏକ ବିବାହ ଉତ୍ସବରେ ଯୋଗଦେଇ ନିଜର ଗାଁକୁ ଫେରୁଥିଲେ। ତେବେ ଗୁନୁଗୁନିଆ।ଛକ ନିକଟରେ ଚାଲକ ଗାଡ଼ିଟି ରୁ ନିୟନ୍ତ୍ରଣ ହରାଇବାରୁ ଏହି ସିଧାସଳଖ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଥିଲା। ଗୁରୁତର ହୋଇଥିବା ୪ଜଣଙ୍କୁ ସ୍ଥାନୟ ଲୋକ ଙ୍କ ସାହାୟତାରେ ଉଦ୍ଧାର କରାଯାଇଛି। ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ମୃତ ମହିଳା ମୁନିରାଣି ସାହୁ (୩୧) ଙ୍କ ଶବ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଛି ବ୍ୟବଚ୍ଛେଦ ହେଲାପରେ ପରିବାର ହସ୍ତାନ୍ତର କରାଯିବା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି। (କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)
