ଦଧିଶିଙ୍ଗା ଗ୍ରାମର ବିଜେପି ବୁଥ୍ ସଭାପତି ଗିରଫ l ଢେଙ୍କାନାଳ (ରିପୋର୍ଟ- ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର ) ଗନ୍ଦିଆ ବ୍ଲକ କବରା ପଞ୍ଚାୟତ ଦଧିଶିଙ୍ଗା ଗ୍ରାମର ସୁନୀଲ ପରିଡା ଆସନ୍ତାକାଲି ଗିରଫ ହୋଇଛନ୍ତି l ଖବର ରୁ ମିଳିଲା ସେଜଣେ କବରା ପଞ୍ଚାୟତ ବିଜେପିର ଆଗଧାଡିର ସକ୍ରିୟ ନେତା, ସେ ମହାଶୟ ତାଙ୍କ ଗ୍ରାମର ବିଜେପି ର ବୁଥ୍ ସଭାପତି ଅଛନ୍ତି, ଏବଂ ତାଙ୍କର ଗୋଟେ କବାଡି ଦୋକାନ ଅଛି l ସେହି ଦୋକାନରେ ଚୋରାଗାଡି କାରବାର କରି ରଖୁଥିବାର ଖବରପାଇ ଜିଲ୍ଲା SP ଅଭିନଭ ସୋନକର ଦ୍ୱାରା ଏକ ସ୍ୱତନ୍ତ୍ର ଟିମ ଗଠନ କାରାଯାଇ ଦଧିଶିଙ୍ଗା ଗ୍ରାମର ସୁନୀଲ ପରିଡା କବାଡି ଦୋକାନ ଉପରେ ଚଢ଼ାଉ କରାଯିବାବେଳେ ଚୋରା ଗାଦିର କଟାଯାଇଥିବା କେତେଗୁଡିଏ ଅଂଶ ସବୁ ପୋଲିସଙ୍କ ହାତରେ ଧାରା ପଡିଥିଲା l ପୋଲିସଙ୍କର ଆସିଥିବା ସ୍ୱତନ୍ତ୍ର ଟିମ ସେହିଠାରେ ସୁନୀଲ ପରିଡ଼ାଙ୍କୁ ଗିରଫ କରିଥିଲେ l କିନ୍ତୁ ଲୋକମାନଙ୍କ ମଧ୍ୟ୍ୟରେ ଆଲୋଚନା ହେଉଛି ଏହା ସତଘାଟଣା ନାଁ? ସୁନୀଲକୁ ରାଜନୀତି ଚାଲରେ ଫସାଇ ଦିଆଯାଇଛି, ଏହାର ସତ୍ୟାସତ୍ୟ ଜଣାପଡିବ ତଦନ୍ତ ସାରିବାପରେ l
