Slug-ଜରାଜୀର୍ଣ୍ଣ ଅବସ୍ଥାରେ ଏମ୍ ଭି ୬୬ ଏଲ ଆଇ ଅଫିସ ।
Anchor – ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକର ଏମ୍ ଭି ୬୬ ଗ୍ରାମରେ ଅବସ୍ଥିତ ଏଲ ଆଇ ଅଫିସର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବାର ଦେଖିବାକୁ ମିଳିଛି। ଅଫିସ୍ ଘରଟି ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ହୋଇଥିଲେ ମଧ୍ୟ ଏହା ବର୍ତ୍ତମାନ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି।ଏଲ ଟି (ଲାଇଭ ଷ୍ଟୋକ ଟେକନିସିଅନ) ଶ୍ରୀମତୀ କେତକୀ ନାୟକଙ୍କ ଠାରୁ ଅଭିଯୋଗ ପାଇବା ପରେ ଗ୍ରାଉଣ୍ଡ ଜିରୋକୁ ଆମ ଟିମ୍ ଯାଇ ଦେଖିଲୁ ଯେ ଛାତର ପ୍ଲାଷ୍ଟର ଫାଟି ଯାଇଛି। ଶ୍ରୀମତୀ ନାୟକଙ୍କ କହିବା ଅନୁସାରେ ଛାତର ପ୍ଲାଷ୍ଟର ଫାଟି ଯିବାରୁ ଅଫିସରେ ବସି କାମ କରିବାକୁ ଡର ଲାଗୁଛି। ଅଳ୍ପ ବର୍ଷା ହେଲେ ଛାତରୁ ପାଣି ଗଳୁଛି। ଅଫିସରେ ବସି କାମ କରି ହେଉ ନାହିଁ। ଅଫିସକୁ ଯିବା ପାଇଁ ରାସ୍ତା ନ ଥିବାରୁ ବର୍ଷା ସମୟରେ ଅଫିସକୁ ଯିବା ଆସିବା କରିବାକୁ ଅସୁବିଧା ହୁଏ। ଲୋକମାନେ ମଧ୍ୟ ସେମାନଙ୍କ ଗୃହ ପାଳିତ ପଶୁ ଗୁଡ଼ିକ ଚିକିତ୍ସା ନିମନ୍ତେ ଆଣିବା ପାଇଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ତେଣୁ ସରକାର ଏହି ପଶୁ ଚିକିତ୍ସାଳୟ ପ୍ରତି ଦୃଷ୍ଟି ଦେଲେ ଲୋକମାନେ ଉପକୃତ ହେବେ ବୋଲି ଶ୍ରୀମତୀ ନାୟକ ସରକାରଙ୍କ ପାଖରେ ଗୁହାରି କରିଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ସରକାର କେବେ ଏହି ସମସ୍ୟାର ସମାଧାନ କରୁଛନ୍ତି। କାଲିମେଳାରୁ ଜିଲ୍ଲା ପ୍ରତିନିଧି ସୁକୁମାର ମଣ୍ଡଳ , ଭଞ୍ଜଦୂତ ଖବର।
