ନାବାଳିକାକୁ ଦୁଷ୍କର୍ମ, ଥାନାରେ ଅଭିଯୋଗ
ସୋର: ଅନନ୍ତପୁର ଥାନା ଅନନ୍ତପୁର ପଞ୍ଚାୟତ ଗୋପୀନାଥପୁର ଗ୍ରାମରେ ଗତକାଲି ରାତିରେ ଜଣେ ଦଶବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ଅନନ୍ତପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଏହି ଗ୍ରାମରେ ଗତକାଲି ରାତିରେ ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଣେ ନାବାଳିକାକୁ ଏକୁଟିଆ ପାଇ ସେହି ଗ୍ରାମର ଜଣେ ଯୁବକ ଦୁଷ୍କର୍ମ କରିଥିଲେ। ଏ ବାବଦରେ ନାବାଳିକା ଜଣଙ୍କ ଘରେ ପହଞ୍ଚି ତାଙ୍କ ମାଆଙ୍କୁ ଜଣାଇବା ପରେ ତାଙ୍କ ମାଆ ଆଜି ସକାଳେ ଅନନ୍ତପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୂଳେ ପୁଲିସ ୭୩/୨୬ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଜଣଙ୍କ ଫେରାର ଥିବା ଜଣାପଡିଛି।
