ବାଇକ ଚୋରି ନେଇ ଥାନାରେ ଅଭିଯୋଗ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର) : ସୋର ବ୍ଲକ ଅନନ୍ତପୁର ଥାନା ଅନ୍ତର୍ଗତ ବାଳଙ୍ଗ ଗ୍ରାମ ପଞ୍ଚାୟତ ସିମୁଳିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ବାଇକ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଏହି ଗ୍ରାମର ନିତ୍ୟାନନ୍ଦ ବାରିକ ଗତକାଲି ରାତିରେ ନିଜର ଓଡି ୦୧ ଏଏଚ ୩୪୬୨ ନମ୍ବର ହିରୋ ପେଶନ ପ୍ରୋ ବାଇକ ଟିକୁ ନିଜ ଘର ପିଣ୍ଡାରେ ରଖି ଖାଇ ପିଇ ଶୋଇଥିଲେ।କିନ୍ତୁ ବିଳମ୍ବିତ ରାତିରେ କେହି ଦୁର୍ବୁର୍ତ୍ତ ତାଙ୍କ ଗେଟ ଚାବି ଭାଙ୍ଗି ଭିତରେ ପଶି ବାଇକ ଟିକୁ ଚୋରି କରି ନେଇଥିଲେ। ଆଜି ସକାଳେ ନିତ୍ୟାନନ୍ଦ ଏ ବାବଦରେ ଜାଣିବା ପରେ ଅନନ୍ତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୂଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
