ସମ୍ବଲପୁର ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସ ପାଳନ !
ସମ୍ବଲପୁର (ଭଂଜଦୂତ )ତା ୧୭/୦୪/୨୦୨୬ ରିଖରେ ସମ୍ବଲପୁର ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜୁ ଜନତା ଦଳ ସଭାପତି ଇଂ ରୋହିତ ପୂଜାରୀଙ୍କ ଆହ୍ବାନ କ୍ରମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସ ତଥା ପ୍ରବାଦ ପୁରୁଷ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଆଜି ପୂର୍ବାହ୍ନରେ ସମ୍ବଲପୁର ସହର ରେମେଡ ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ବିଜୁ ବାବୁଙ୍କ ସ୍ମୃତିଚାରଣ କରାଯାଇଥିଲା ଏବଂ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏହି ଅବସରରେ ବହୁ ବରିଷ୍ଠ ନେତା ଓ କର୍ମୀ ବୃନ୍ଦ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଦଳର ବରିଷ୍ଠ ନେତା ବସନ୍ତ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସୁରୁବାବୁ ମେହେର, ବେଣୁଧର ଦାସ, ଅଶୋକ ସେନାପତି, ଏମ୍ ଡି ସନାଉଲ୍ଲା, ଗୋକୁଳ ମେହେର, ସଞ୍ଜୀବ ଷଡ଼ଙ୍ଗୀ, ସତ୍ୟେନ୍ଦ୍ର ଦାସ, ଶାନ୍ତନୁ ବଡ଼ପଣ୍ଡା, ପ୍ରକାଶ ପ୍ରଧାନ, ସୁରେନ୍ଦ୍ର ବିଶ୍ବାଳ, ବୁଲୁ ତ୍ରିପାଠୀ, ପ୍ରଶାନ୍ତ ଥାପା, ଭାବେଶ ଚାନ୍ଦ, ରବିନ୍ଦ୍ର ସିଂ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ପ୍ରଦୋଷ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଧର୍ମରାଜ୍ ମରେଇ, ରୁଦ୍ର ଷଡ଼ଙ୍ଗୀ, ବିକାଶ ଖେତି, ମଞ୍ଜୁ ଓରାମ, ଉତ୍ତମ ବାଗ, ସମୀର ପଟ୍ଟନାୟକ, ମହିଳା ଜନତା ଦଳର ରାଜ୍ୟ ଉପ ସଭାନେତ୍ରୀ ଉଷା ପ୍ରଧାନ, ଜିଲ୍ଲା ସଭାନେତ୍ରୀ ସଂଯୁକ୍ତା ମେହେର, ତ୍ରିବେଣୀ ପଣ୍ଡା, ନନ୍ଦିନୀ ପ୍ରଧାନ, ପଦ୍ମା ମହାନନ୍ଦ, ଲିଲିମା ମଲ୍ଲିକ, କୁନ୍ତୀ ସିଂ, ପାରୋ ମୁଣ୍ଡା, ପ୍ରମିଳା ପ୍ରଧାନ, ସସ୍ମିତା ଦୀପ, ପୂଜା ଦେବୀ, ମାମି ଆୟାନ, ସନ୍ତୋଷ ମହାନ୍ତି, ଭାସ୍କର ଦାସ, ବିଜୟ ପଣ୍ଡା, ସଞ୍ଜୟ ବର୍ମା, ପ୍ରଶାନ୍ତ ନାୟକ, ରବି ସେନାପତି, ଗଣେଶ କରାଲୀ, ପ୍ରକାଶ ବେହେରା, ଓଁକାର ନାୟକ, ତପନ ମେହେର, ଭଗବାନ ଓରାମଙ୍କ ସମେତ ବହୁ ସଂଖ୍ୟାରେ ନେତୃମଣ୍ଡଳୀ ଓ କର୍ମୀମାନେ ଉପସ୍ଥିତ ଥିଲେ।
