ଗୁରୁ ଭଗବାନ ସାହୁଙ୍କ ଉପରେ ଆଲୋଚନାଚକ୍ର
ବରଗଡ଼ ୧୭.୦୪. ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ଆନୁକୂଲ୍ୟରେ ଲୁଲୁ ରବିନ ଦାସଙ୍କ ଆବାହକତ୍ବରେ, ସ୍ଥାନୀୟ ପି. ଏମ. ଶ୍ରୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ବରଗଡ଼ର ସମ୍ମିଳନୀ କକ୍ଷରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତି ଏବଂ ଗୁରୁ ଭଗବାନ ସାହୁ ଶିର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଗୁରୁ ଭଗବାନ ସାହୁଙ୍କ ପଟ୍ଟଶିଷ୍ୟ ଶ୍ରୀ ଦଧିବାବନ ଶତପଥୀଙ୍କ ସଭାପତିତ୍ବରେ ଉପ ସଭାପତି ସର୍ଦ୍ଦାର ପ୍ରିତମ ସିଂହ ଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ସୁନା, ମୂଖ୍ୟ ବକ୍ତା ଅଧ୍ୟାପକ ଡଃ ନାରାୟଣ ଭୋଇ ଯୋଗଦାନ କରି ଆମ କଳା ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଗୁରୁ ଭଗବାନ ସାହୁଙ୍କ ସାରା ଜିବନ ତ୍ୟାଗ ଅବଦାନ ଏବଂ ବଳିଦାନ ଉପରେ ଆଲୋକପାତ କରି ସବୁ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଗୁରୁ ଭଗବାନ ସାହୁଙ୍କ ଉପରେ ଆଲୋଚନାଚକ୍ର ଏବଂ ପ୍ରତିଯୋଗୀତା ପାଇଁ ମତାମତ ଦେଇଥିଲେ । ଏଥିରେ ସ୍କୁଲ ର ସମସ୍ତ ଛାତ୍ରୀ ଯୋଗଦେଇ ଶୃଂଖଳା ସହିତ ଗୁରୁଙ୍କ ଜୀବନୀ ସମ୍ପର୍କରେ ଶ୍ରବଣ କରିଥିଲେ । ସମ୍ମାନିତ ଅତିଥି ଅଚ୍ୟୁତାନନ୍ଦ ବାରିକ, ସମାଜ ସେବୀ ଶିବାନନ୍ଦ ମଟାରୀ, ସଙ୍ଘମିତ୍ରା ପଟେଲ, ପ୍ରମୁଖ ଯୋଗଦାନ କରିଥିଲେ, ଏହା ପୂର୍ବରୁ ଗାୟିକା, କବୟିତ୍ରୀ ଜୟଶ୍ରୀ ପଣ୍ଡା ପ୍ରାରମ୍ଭିକ ସଂଗୀତ ଗୁରୁ ବନ୍ଦନା ଗାନ କରିଥିବା ବେଳେ ସମ୍ପାଦକ ତୁଳସୀ ଚରଣ ଦାଶ ପ୍ରାରମ୍ଭିକ ସୁଚନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚିଳନାରେ ସ୍କୁଲ ଶିକ୍ଷୟିତ୍ରୀ ସୁକାନ୍ତି ସାହୁ, ରୂପଶ୍ରୀ ଜେନା,ଶୁଶାନ୍ତ କୁମାର ମଙ୍ଗୁଆଲ, ନନ୍ଦିନୀ ପ୍ରଧାନ, ଜ୍ୟୋସ୍ନା ମିଶ୍ର, କମଳା ଦାଶ, ରୀତାଞ୍ଜଳି ପ୍ରଧାନ, ରଶ୍ମି ରେଖା ସାହୁ, ଅନିତା ଭୋଇ, ବବିତା ବରିହା, ଚନ୍ଦନ ପଟେଲ,ନୀମା ସାହୁ, ଅଙ୍କିତା ପାଣି,ଲୀନା ପ୍ରଧାନ, ବନ୍ଦିତା ଭୋଇ, ଗୀତା କୁମାରୀ ବୁରା, ଆଦି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ସହଯୋଗ କରିଥିଲେ ।
