*ମୟୂର ଉଡ଼ାନ କେନ୍ଦ୍ର କୈବର୍ତ୍ତ ସମାଜ ର 3ୟ ତମ ବାର୍ଷିକ ଉତ୍ସବ ପାଳିତ*
(ବଲାଙ୍ଗିର ରୁ ପ୍ରଦୀପ କୁମାର ସା ଙ୍କ ରିପୋର୍ଟ)
ତା ୨୩.୧୦.୨୦୨୬ ରିଖ ଶୁକ୍ରବାର ଦିନ ସୋନପୁର ଜିଲ୍ଲାର ମୟୂର ଉଡ଼ାନ ଗ୍ରାମରେ ମୟୂରଉଡ଼ାନ କେନ୍ଦ୍ର କୈବର୍ତ୍ତ ସମାଜ ପକ୍ଷ ରୁ ୩ୟ ତମ ବାର୍ଷିକ ଉତ୍ସବଟି ଉତ୍ସାହ ଓ ଉଦ୍ଧିପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପାରମ୍ପରିକ ଯୁଗାର ଯାତ୍ରା ମାଧ୍ୟମରେ ଗ୍ରାମ ପରିକ୍ରମା କରାଯାଇଥିଲା।ଉତ୍ସବରେ ସମାଜର ଏକତା ,ଶିକ୍ଷାର ପ୍ରସାର ଓ ପରମ୍ପରା ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସୋନପୁର ଜିଲ୍ଲା କୈବର୍ତ୍ତ ସମାଜର ସଭାପତି ଶ୍ରୀଯୁକ୍ତ ପବିତ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶ୍ରୀଯୁକ୍ତ ନାରାୟଣ ଦଣ୍ଡସେନା ମୁଖ୍ୟବକ୍ତା ଓ ଅନ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ପ୍ରକାଶ କୁମାର ସେଠୀ ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ସଙ୍କୀର୍ତ୍ତନ ମହଲିଂଗ,ଭକ୍ତ କୁମାର ସେଠୀ,ବନମାଳୀ ମଲ୍ଲିକ ମଞ୍ଚାସୀନ ରହି ସମାଜ ର ବିକାଶ ଓ ସାମୁହିକ ଉନ୍ନତି ସମ୍ପର୍କରେ ମତ ରଖିଥିଲେ। ଶ୍ରୀଯୁକ୍ତ ସାନ ମଲ୍ଲିକ ସଭା ରେ ସଭାପତିତ୍ୱ କରିଥିଲେ।
କାର୍ଯକ୍ରମ କୁ ସଦାନନ୍ଦ ନାଏକ ପରିଚାଳନା କରିଥିବା ବେଳେ ପ୍ରତାପ ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାବେଶରେ ଶ୍ରୀଯୁକ୍ତ ଗୋପୀନାଥ ଦଣ୍ଡସେନା ଓ ଶ୍ରୀଯୁକ୍ତ ମୁରାସିଂ କୁଅଁରଙ୍କ ସମେତ ମୟୂରଉଡ଼ାନ ଓ ଆଖପାଖ ଗ୍ରାମର ପ୍ରାୟ ପାଞ୍ଚ ଶହ ଲୋକ ଏକତ୍ରିତ ହୋଇଥିଲେ । କମିଟି ତଥା କେନ୍ଦ୍ରର ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ମିଳିତ ଚେଷ୍ଟାରେ କାର୍ଯକ୍ରମଟି ସଫଳ ହୋଇଥିଲା।
