*ଭିଜିଲାନ୍ସ ଜାଲରେ ବଡ଼ଚଣା AEE ତପନ ସେଠୀ, ୭ ସ୍ଥାନରେ ଏକକାଳୀନ ଚଢ଼ାଉ*
*ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ବିଭିନ୍ନ ସ୍ଥାନରେ କୋଟି କୋଟିର ଜମି-କୋଠା ଚିହ୍ନଟ*
*ଯାଜପୁର/କଟକ:* ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଣି ଜଣେ ସରକାରୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଏଥର ଦୁର୍ଗାପୂଜା ପରେ ଭିଜିଲାନ୍ସର ବଡ଼ ଭେଟି ହୋଇଛନ୍ତି ବଡ଼ଚଣା ବାବୁ।
ଯାଜପୁର ଜିଲ୍ଲା ବଡ଼ଚଣା ଆର ଆଣ୍ଡ ବି ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ତପନ ସେଠୀଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଆଜି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ ଆରମ୍ଭ ହୋଇଛି।
ଅଭିଯୋଗ ଅନୁଯାୟୀ, ବାବୁ ପ୍ରତି ବର୍ଷ ବେଆଇନ ଭାବେ କୋଟି କୋଟି ଟଙ୍କା ରୋଜଗାର କରି ବହୁ ସ୍ଥାନରେ ଜାଗା, ବାଡ଼ି ଓ କୋଠା କରିଛନ୍ତି। ଖାଲି ସେତିକି ନୁହେଁ, ଗୋଟିଏ ଗୋଟିଏ ଠିକାଦାରଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କାର ପିସି ନେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏଥର ଦୁର୍ଗାପୂଜା ପରେ ବାବୁଙ୍କର ପଞ୍ଚମ ଧାମ ଅର୍ଥାତ ଜେଲ ଦର୍ଶନ ନିଶ୍ଚିତ ବୋଲି ଚର୍ଚା ହେଉଛି।
*୭ ସ୍ଥାନରେ ଚଢ଼ାଉ:*
କଟକ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ୩ ଜଣ ଅତିରିକ୍ତ ଏସପି, ୬ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକକାଳୀନ ଭାବେ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।
ଯେଉଁ ୭ଟି ସ୍ଥାନରେ ଚଢ଼ାଉ ହେଉଛି –
1. ପ୍ଲଟ୍ ନଂ F/779, ସେକ୍ଟର-7, CDA, କଟକ ସ୍ଥିତ ତିନି ମହଲା କୋଠା
2. ପୁରୀ ସ୍ଥିତ ସିଦ୍ଧ ମହାବୀର, ତିନି ମହଲା କୋଠା
3. କଟକ ଜିଲ୍ଲା କଣ୍ଟାପଡ଼ା ଫାର୍ମ ହାଉସ ଓ ସିମ୍ପ୍ଲେକ୍ସ
4. ଝିଙ୍କିରିଆ, କୋଣାର୍କ, ପୁରୀ – ପୈତୃକ ବାସଭବନ (ଦୁଇ ମହଲା)
5. ୪୨ ମୌଜା ବଣ୍ଟୁନିଆ ଶିବ ମନ୍ଦିର ନିକଟ ଶ୍ୱଶୁର ଘର
6. ଭୁବନେଶ୍ୱର କଣ୍ଟାପଡ଼ା ସ୍ଥିତ ଦୁଇ ମହଲା କୋଠା
7. ବଡ଼ଚଣା ଆର ଆଣ୍ଡ ବି ସବ-ଡିଭିଜନ ତାଙ୍କ କାର୍ଯ୍ୟାଳୟ ଚାମ୍ବର
ଚଢ଼ାଉ ଶେଷ ହେବା ପରେ ସମ୍ପତ୍ତିର ପ୍ରକୃତ ପରିମାଣ ଜଣାପଡିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।
ଶୁଭାଶିଷ ଚ଼ୌଧୂରୀଙ୍କ ରିପୋର୍ଟ ଭଞ୍ଜଦୂତ ଖବର
