*ନୂଆପଡ଼ା ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ, ସାଧାରଣ ଜୀବନ ଯାତ୍ରା ପ୍ରଭାବିତ, ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଳ ଛତ୍ର,ଥଣ୍ଡା ମୃଦୁ ପାନୀୟ ଜଳ ର ଚାହିଦା ବୃଦ୍ଧି* ନୂଆପଡା( ମିଖାଏଲ ନନ୍ଦ)
ତା:୧୭.୦୪.
ନୂଆପଡ଼ା ଜିଲ୍ଲା ରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଲାଗି ରହିଥିବା ବେଳେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଅଛି। ଗ୍ରୀଷ୍ମ ଲହରୀ କାରଣ ରୁ ପାରଦ ତାପମାତ୍ରା ବୃଦ୍ଧି ହେଉଅଛି। ଜିଲ୍ଲାର ବିଭିନ୍ନ ସ୍ଥାନ ରେ ଆଜି ତାପମାତ୍ରା ୪୨/୪୩ ଡିଗ୍ରୀ ଥିବା ରେକର୍ଡ କରାଯାଇଛି। ଗ୍ରୀଷ୍ମ ଲହରୀ କୁ ଦୃଷ୍ଟି କୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଳ ଛତ୍ର, ବ୍ୟବସ୍ଥା କରାଇଥିବା ବେଳେ ଜନସାଧାରଣ ପାନୀୟ ଜଳ ଗ୍ରହଣ କରି ଗ୍ରୀଷ୍ମ ପ୍ରଭାବରୁ ଆସ୍ଵସ୍ଥ ହେଉଛନ୍ତି। ଜିଲ୍ଲାପାଳ ମଧୁସୂଦନ ଦାସ ମଧ୍ୟ ଗ୍ରୀଷ୍ମ ପ୍ରବାହ ରୁ ନିଜକୁ ସୁରକ୍ଷିତ ରଖିବା ସହ ଅତ୍ୟାବଶ୍ୟକ କାର୍ଯ୍ୟରେ ଘରୁ ବାହାରି ଶୀଘ୍ର କାର୍ଯ୍ୟ ସମାପ୍ତ କରି ପ୍ରତ୍ୟାବର୍ତ୍ତନ କରିବାକୁ ଆହ୍ୱାନ କରିଛନ୍ତି। ସେହିପରି ପ୍ରଚୁର ପାଣି ପିଇବା ସହ ମୁଣ୍ଡରେ ଛତା ଚଷମା ଏବଂ କାନା ନେଇ ଜାର୍ଯ୍ୟ ସା ଘରକୁ ପ୍ରତ୍ୟାବର୍ତ୍ତନ ପାଇଁ ଆହ୍ୱାନ କରିଛନ୍ତି।ବଜାର ରେ ଥଣ୍ଡା ମୃଦୁ ପାନୀୟ ଜଳ ର ଚାହିଦା ବୃଦ୍ଧି ହୋଇଅଛି। ଜନସାଧାରଣ ଏହି ଗ୍ରୀଷ୍ମ ଦାଉରୁ ରକ୍ଷା ପାଇ ଥଣ୍ଡା ପନୀୟ ଏବଂ ଥଣ୍ଡା ଆଇସ୍କ୍ରିମ୍ ଖାଦ୍ୟ ର ବିକ୍ରି ବ୍ୟାପକ ହେଉଅଛି।ଜନସାଧାରଣ ମାନେ ସ୍କୁଲ କୁ ଗ୍ରୀଷ୍ମ କାଳୀନ ଅବକାଶ ବା ସ୍କୁଲ ଛୁଟି ହେଲେ ଭଲ ହେବ ବୋଲି ପ୍ରକାଶ କରିଛନ୍ତି।
