ଉତ୍ତରେଶ୍ଵର ସେଣ୍ଟ ଜାଭିୟର୍ସ ହାଇସ୍କୁଲର ସଫଳତା ହାର ଶତ ପ୍ରତିଶତ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ସୋର ମ୍ୟୁନିସପାଲିଟି ର ଏକମାତ୍ର ସିବିଏସଇ ସ୍ଵୀକୃତି ପ୍ରାପ୍ତ ବିଦ୍ୟାଳୟ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ବୋର୍ଡ ପରୀକ୍ଷା ଫଳ ଶତ ପ୍ରତିଶତ ସଫଳତା ହାସଲ କରିଛି। ଚଳିତ ବର୍ଷ ବାର୍ଷିକ ବୋର୍ଡ ପରୀକ୍ଷା ରେ ଛାତ୍ରଛାତ୍ରୀଙ୍କ ସଫଳତା ହାର ଶତ ପ୍ରତିଶତ ଥିବାରୁ ବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ଚେୟାରମେନ ବନମାଳୀ ଦାସ, ପରିଚାଳନା ନିର୍ଦ୍ଦେଶକ ଅଶୋକ କୁମାର ମହାନ୍ତି ତଥା ସଂପାଦିକା ଅନିନ୍ଦିତା ମହାନ୍ତି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଶିକ୍ଷାକର୍ମୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆହୁରି ଅଧିକ ଉଦ୍ୟମ ଜାରି ରଖି ବିଦ୍ୟାଳୟ ର ସୁନାମ ଆଣିବା ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ଏହି ବିଦ୍ୟାଳୟ ରେ ମୋଟ ୭୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ପରୀକ୍ଷାର୍ଥୀ ସଫଳତା ଅର୍ଜନ କରିଛନ୍ତି।ସ୍ନେହା ସାହା ୪୮୦ ନମ୍ବର , ହର୍ଷିତ ପ୍ରିୟଦର୍ଶିନ ୪୭୮ ନମ୍ବର ଏବଂ ବିଦୁସ୍ମିତା ଦୀକ୍ଷିତ ୪୭୭ ନମ୍ବର ରଖି ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
