ରଘୁନାଥପୁର ବିଷୁବ ସଂସଦର ବାର୍ଷିକ ଉତ୍ସବ ।
ରଘୁନାଥପୁର(ନି.ପ୍ର): ପ୍ରତି ବର୍ଷ ଭଳି ଚଳିତ ବର୍ଷ ପବିତ୍ର ବିଷୁବ ସଂକ୍ରାନ୍ତି ଦିନ ରଘୁନାଥପୁର ବିଷୁବ ସଂସଦ ପକ୍ଷରୁ ବିଷୁବ ମିଳନ ଓ ଏହାର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜର ସଂପାଦକ ପ୍ରେମଚାନ୍ଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ, ଲେଖିକା ଶିବାନୀ ଭଟ୍ଟାଚାର୍ଯ୍ୟ, ବିଶିଷ୍ଟ ଗୀତିକାର ମୋହିତ ଚକ୍ରବର୍ତ୍ତୀ, ପୂର୍ବତନ ଅଧ୍ୟାପକ ରମା ରଞ୍ଜନ ସ୍ବାଇଁ ପ୍ରମୁଖ ଯୋଗ ଦେଇ ସମାଜରେ ଭାଇ ଚାରାର ସମ୍ପର୍କକୁ ମଜଭୁତ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏଥିରେ ସଂସଦର ସଭାପତି ଡାକ୍ତର ରାଜକିଶୋର ବରାଳ ସଭାପତିତ୍ୱ କରିଥିବା ବେଳେ ସଂପାଦକ ଗୁରୁ ନାରାୟଣ ମହାନ୍ତି ବିବରଣୀ ପାଠ କରିଥିଲେ। ଏହି ଅବସରରେ ଓଡ଼ିଶା ପ୍ରଶାସନିକ ସେବା ୨୦୨୪/୨୫ ପରିକ୍ଷାରେ କୃତକାର୍ଯ୍ୟ ହୋଇଥିବା ରଘୁନାଥପୁର ଅଞ୍ଚଳର ଆର ଏନ୍ ଗୌତମ ଦେବଦତ୍ତ, ୨୦୨୪/୨୫ ମାଟ୍ରିକ ପରୀକ୍ଷାରେ ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିରର ସର୍ବୋଚ୍ଚ ନମ୍ବର ରଖିଥିବା ସ୍ଥିତି ପ୍ରଜ୍ଞା ପଣ୍ଡା ଏବଂ ଜଗନ୍ନାଥପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ୧୦ମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖିଥିବା ଶ୍ରୀୟାଶ୍ରୀ ରାଉତଙ୍କୁ ସଂସଦ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ଏହି ଉତ୍ସବକୁ ବ୍ରଜେନ୍ଦ୍ର ମହାନ୍ତି, ହେମନ୍ତ କୁମାର ସାହୁ, ପ୍ରଭାତ ରାଉତ ଓ ସରିତ୍ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ନିକୁଞ୍ଜ କିଶୋର ଦାଶ, ବାବାଜୀ ଚରଣ ସାହୁ, ନିର୍ମଳେନ୍ଦୁ ସୋମ୍, ଜୟ ପ୍ରକାଶ ପଣ୍ଡା, ରୀତା ରାଉତ, ଚନ୍ଦନ ରାଉତ, ଅନିଲ ଖଟୁଆ, ଯୋଗାନନ୍ଦ ବୋଷ, କଲ୍ୟାଣ ମୁଖାର୍ଜୀ, ରବିନ୍ଦ୍ର ନାଥ ବାରିକଙ୍କ ସମେତ ସଂସଦର ସମସ୍ତ ସଦସ୍ୟମାନେ ଏଥିରେ ଯୋଗଦେଇ ଥିଲେ।
