ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ, ବୁଢ଼ାପାଳରେ ରକ୍ତଦାନ ଶିବିର ଅନୁଷ୍ଠିତ
ରିଆମାଳ : ଓଡ଼ିଆ ପକ୍ଷ ପାଳନ ଅବସରରେ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ, ବୁଢ଼ାପାଳରେ ଯୁବ ରେଡ୍ କ୍ରସ ଓ ରେଡ୍ ରିବନ୍ କ୍ଲବ ଆନୁକୂଳ୍ୟରେ ଏକ ରକ୍ତଦାନ ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ରିଆମାଳ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଆଦିତ୍ୟ କୁମାର ପଣ୍ଡା ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ବୀରେନ କୁମାର ପ୍ରଧାନ ଉପସ୍ଥିତ ରହି ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ। ମହାବିଦ୍ୟାଳୟର ରେଡ୍ କ୍ରସ ସଂଯୋଜକ ଡାକ୍ତର ନିର୍ମଳ ଚନ୍ଦ୍ର ଦାସ ଶିବିରଟିକୁ ସୁଚାରୁ ଭାବେ ପରିଚାଳନା କରିଥିଲେ।
ଦେବଗଡ଼ ରକ୍ତ ଭଣ୍ଡାରର ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ୱାରା ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିରରେ ମୋଟ ୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ, ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ।
ଏହା ସହିତ, ଓଡ଼ିଆ ପକ୍ଷ ପାଳନ ଅବସରରେ “ଓଡ଼ିଶା ପ୍ରଦେଶ ଗଠନରେ ଓଡ଼ିଆ ବରପୁତ୍ରମାନଙ୍କ ଭୂମିକା” ଶୀର୍ଷକରେ ଏକ ଆଲୋଚନା ଚକ୍ର ମଧ୍ୟ ଆୟୋଜିତ ହୋଇଥିଲା।
