*ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ଉପାନ୍ତ ଅଞ୍ଚଳ କୋଟ୍ରାବେଡ଼ା ଗାଁ ରେ ମେଗା ଆଇନ କ୍ଲିନିକ କାର୍ଯ୍ୟକ୍ରମ ଉଦ୍ଯାପନୀ ସଭା ଅନୁଷ୍ଠିତ,।*
ନୂଆପଡା(ମିଖାଏଲ ନନ୍ଦ)
ତା:୨୩.୧୦.
ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ଉପାନ୍ତ ଅଞ୍ଚଳ କୋଟ୍ରାବେଡ଼ା ଗାଁ ରେ ମେଗା ଆଇନ କ୍ଲିନିକ କାର୍ଯ୍ୟକ୍ରମ ଉଦ୍ଯାପନୀ ସଭା ଅନୁଷ୍ଠିତ ହୋଇଯାଇଅଛି। ଅଗଷ୍ଟ ୨୫ ତାରିଖ ରୁ ଅକ୍ଟୋବର ୨୩ ତାରିଖ ଦିନ ୬୦ ଦିନ ସ୍ୱତନ୍ତ୍ର ମେଗା ଆଇନ କ୍ଲିନିକ୍ ଅନୁଷ୍ଠିତ ହୋଇଥିଲା। ଆଦିମ ଜନଜାତି ଙ୍କୁ ଆଇନ ସହାୟତା ପ୍ରଦାନ ସାଙ୍ଗକୁ ଆବଶ୍ୟକ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ନେବା ପାଇଁ ଆହ୍ୱାନ କରିଥିଲେ। ସଭାରେ ଆଇନ ସେବା ପ୍ରାଧିକରଣ ସଚିବ ନବନିତା ଦାସ ଯୋଗ ଦେଇ ଅଧ୍ୟକ୍ଷତା କରିଥିବା ବେଳେ ଶିଶୁ କଲ୍ୟାଣ ଅଧ୍ୟକ୍ଷ ଡଃ.ଫାନିନ୍ଦମ୍ ଦେଇ ଯୋଗ ଦେଇ ଅଞ୍ଚଳ ସମସ୍ୟା ସାଙ୍ଗକୁ ଉନ୍ନତି ହେବା ସ୍ୱୀକାର କରିବା ସହ ଆବଶ୍ୟକ ସେବା ପ୍ରଦାନ ରେ ବ୍ୟାହତ ହେଉଅଛି। ଆଧାର କାର୍ଡ ନଥିବା ବେଳେ ଜନ୍ମ ଗତ ପ୍ରମାଣ ପତ୍ର ମଧ୍ୟ ନାହିଁ। ଘର ଡିହ ପଟ୍ଟା ମଧ୍ୟ ନଥିବା ବେଳେ ଜାତିଗତ ପ୍ରମାଣ ପତ୍ର ନାହିଁ। ନିଜ ଅଧିକାର ପାଇବା ପାଇଁ ଆଇନ ଉପରେ ସଚେତନ ହେଲେ ନିଜ ଅଧିକାର ପାଇବାକୁ ସହଜ ଏବଂ ସୁବିଧା ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।ସଭାରେ ଆଇନଜୀବୀ କୁମୁଦ ବନ୍ଧୁ ହୋତା, ବଳଦେବ ରଥ, ସୋହେଲ ଖାନ୍, ବରିଷ୍ଠ ସାମ୍ବାଦିକ ପୁରୁଷୋତ୍ତମ ଠାକୁର ତପନ ଦାସ, ପରମେଶ୍ୱର ବାରିକ, ଚନ୍ଦ୍ର ପ୍ରକାଶ ଯୋଶୀ ଯୋଗ ଦେଇଥିବା ବେଳେ ଅଧିକାର ମିତ୍ର ଲଳିତ ମୋହନ ରାଉତ, ତୋଫାନ ବାଗ, ଚିତେଶ୍ୱରୀ ଜଗତ ପ୍ରମୁଖ ଯୋଗ ଦେଇଥିଲେ। ଚାକୋଟିଆ ଭୁଞ୍ଜିଆ ଆଦିମ ଜନଜାତି ବିଜୁ ଝଙ୍କାର, ଡାଲ ସିଂ ଭୁଞ୍ଜିଆ, ଟୁନା ଛତ୍ରିଆ, ପ୍ରମୁଖ ଯୋଗ ଦେଇ ସୁନାବେଡ଼ା ଅଭୟାରଣ୍ୟ ରେ ଅଧିକାର ପ୍ରଦାନ ପାଇଁ ସଚେତନ ହେବା ଜରୁରୀ ଅଟେ।
