*ଖଡ଼ିଆଳ ଉପ-କାରାଗାରରେ ସୁଧାର ମୂଳକ ପଦକ୍ଷେପ ସଦାଚରଣ ପାଇଁ ଦୁଇ ଅନ୍ତେବାସୀଙ୍କୁ ପ୍ରଶଂସା*।
ନୂଆପଡା(ମିଖାଏଲ ନନ୍ଦ)
ତା:୨୩/୧୦
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପ-କାରାଗାରରେ ଥିବା ଅନ୍ତେବାସୀମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ଉତ୍ତମ ଆଚରଣ, ଶୃଙ୍ଖଳା ଓ ସଂସ୍କାରମୂଳକ କାର୍ଯ୍ୟକୁ ନେଇ ଜେଲ ପ୍ରଶାସନ ପକ୍ଷରୁ ପ୍ରଶଂସା କରାଯାଇଛି। ଉକ୍ତ ଅନ୍ତେବାସୀ ଦ୍ୱୟ ଜେଲ ମଧ୍ୟରେ ନିଜର ଉତ୍ତମ ବ୍ୟବହାର, ସମୟାନୁବାର୍ତ୍ତିତା ଏବଂ ସମସ୍ତ ନିୟମକୁ ମାନି ଚଳୁଥିବାରୁ ତାଙ୍କୁ ସଦାଚରଣ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଆଗାମୀ ଦିନରେ ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ ସୁବିଧା ପ୍ରଦାନ କରିବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ସୁପାରିସ କରାଯାଇଛି।
ଏହି ପଦକ୍ଷେପ ଅନ୍ୟ ଅନ୍ତେବାସୀମାନଙ୍କୁ ମଧ୍ୟ ସୁଧାରିବା ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପ୍ରେରଣା ଯୋଗାଇବ ବୋଲି ଜେଲ ଅଧୀକ୍ଷକ କହିଛନ୍ତି।
