ବଚପନ ପ୍ଲେ ସ୍କୁଲ ର ଦ୍ୱିତୀୟ ବାର୍ଷିକ ଉତ୍ସବ
(ଧର୍ମାନନ୍ଦ ସେଠି ଙ୍କ ଖବର )
କାମାକ୍ଷାନଗର, କାମାକ୍ଷାନଗର ସହର ସନ୍ନିକଟ ଜିରୀଡମାଳି ସ୍ଥିତ ବଚପନ ପ୍ଲେ ସ୍କୁଲ ର ଦ୍ୱିତୀୟ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମେଜର ପ୍ରଭାତ କୁମାର ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁମାନେ ଦେଶର ଭବିଷ୍ୟତ, ସେମାନଙ୍କ ପ୍ରତି ଗୁରୁତ୍ୱ ଦେଇ ଶିକ୍ଷାରେ ମନୋନିବେଶ କରାଇବା ସକାଶେ ପରାମର୍ଶ ଦେଇଥିଲେ l ଶିକ୍ଷାବିତ ଡକ୍ଟର ପ୍ରଫୁଲ୍ଲ କୁମାର ପାଣି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବଚପନ ର କାର୍ଯ୍ୟ, ଶିକ୍ଷା ଓ କ୍ରୀଡା ସଂପର୍କରେ ଆଲୋକପାତ କରିଥିଲେ l ଅନୁଷ୍ଠାନର ନିର୍ଦେଶକ ଶ୍ରୀହର୍ଷ ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷା ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ l ପରେ କୁନି କୁନି ପିଲାମାନଙ୍କ ଦ୍ୱାରା ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
