Sulagବସ୍- ପିକ୍ଅପ, ମୁହାଁ ମୁହିଁ ଧକ୍କା। ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ anchor , କୋକସରା / ଆମପାଣି ,୨୭/୩( ଭଞଦୁତ ଖବର ମଣ୍ଟୁ ପାଣିଗ୍ରାହୀ) କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ଖଡ଼ିକା ନିକଟରେ ମୁଖିଗୁଡ଼ା ରୁ ଜୟପୁର ଯାଉଥିବା ଘରେଇ ଏସବିଏମସ ବସ୍ ଓ ପିକ୍ଅପ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ପିକ୍ଅପ ଗାଡ଼ି ଓଲଟି ପଡ଼ିଥିଲା ବେଳେ ଦୁଇ ଗାଡ଼ିର ଡ୍ରାଇଭର ଙ୍କ ସମେତ ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇ ମୈଦଳପୁର ପୁଲିସ ପହଞ୍ଚି ଦୁଇଟି ଗାଡ଼ି ଜବତ କରି ଅଧିକ ତଦନ୍ତ କରୁଛି। ଯାତ୍ରୀବାହୀ ବସ୍ ଓ ପିକ୍ଅପ ଗାଡ଼ି ମୈଦଳପୁର ରୁ କୋକସରା ଆସୁଥିବା ବେଳେ ଖଡକା ଘାଟି ବୁଲାଣିରେ ଧକ୍କା ହୋଇଥିବା ବେଳେ ଓ ପିକ୍ଅପ ଓଲଟି ପଡ଼ିଥିଲା। ଆହତଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
