ପୋଖରୀରେ ବୁଡ଼ି ଯୁବକଙ୍କ ଅକାଳ ମୃତ୍ୟୁ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ,ନିପ୍ର)- ସୋର ବ୍ଲକ ମଧୁସୂଦନପୁର ପଞ୍ଚାୟତ କୁରୁଣିଆ ଗ୍ରାମର ଜଣେ ଯୁବକ ଗାଧଉଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ମୃତ୍ୟୁହୋଇଯାଇଛି। ଏହି ଗ୍ରାମର ସ୍ୱର୍ଗତ ଅନାମ ଚରଣ ଭୋଇଙ୍କ ପୁଅ ଶିବ ପ୍ରସାଦ ଭୋଇ(୪୦) ଆଜି ଅପରାହ୍ଣ ୨ଟା ସମୟରେ ନିକଟସ୍ଥ ଠାକୁରାଣୀ ପୋଖରୀରେ ଗାଧୋଇବାକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ଘର ଲୋକ ଖୋଜାଖୋଜି କରି ପାଣି ଭିତରୁ ଉଦ୍ଧାର କରି ସୋର ଡାକ୍ତଖନାକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଆସନ୍ତା କାଲି ତାଙ୍କର ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି।
