ମହିଳା ରେଲଲାଇନ ପାର ହୋଉଥିବା ସମୟ ଧକ୍କା ଦେଲା ଟ୍ରେନ
। ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି। ମୃତ ମହିଳାଙ୍କ ନାମ ବତୀ କୁଲଦୀପ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, କୋରାପୁଟ ନୂଆ କଲୋନୀ ନିକଟରେ ଥିବା ରେଳ ଲାଇନରେ ଏହି ଦୁର୍ଘଟଣା ଘଟିଛି। ବତୀ କୁଲଦୀପ ନିଜ ସମ୍ପର୍କୀୟଙ୍କ ଘରୁ ରେଳ ଲାଇନ ପାର ହୋଇ ନିଜ ଗ୍ରାମ ରେଙ୍ଗିଆଗୁଡାକୁ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା।
ସେ ରେଳ ଲାଇନ ପାର କରୁଥିବା ସମୟରେ କୋରାପୁଟରୁ ବିଶାଖାପଟ୍ଟଣା ଯାଉଥିବା ଟ୍ରେନ ସହ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିଲା।
ଘଟଣା ପରେ କୋରାପୁଟ ରେଳବାଇ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହକୁ ଉଦ୍ଧାର କରି କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।,, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଂଜଦୂତ ଖବର
