କାଳ ବୈଶାଖୀରେ ଭାଙ୍ଗିଲା ଟେଣ୍ଡ
କାମାକ୍ଷାନଗର, କାମାକ୍ଷାନଗର ଅଞ୍ଚଳରେ ଶୁକ୍ରବାର ରାତିରେ କାଳ ବୈଶାଖୀ ହେବାରୁ ରାମନବମୀ ପାଳନ ସକାଶେ ହୋଇଥିବା ଟେଣ୍ଡ ଭାଙ୍ଗି ଯାଇଥିଲା l ଶୁକ୍ରବାର ରାତିରେ କାଳ ବୈଶାଖୀ ହେବାରୁ ସହରର ଶ୍ରୀରାମ ନଗର ରେ ରାମନବମୀ ପାଳନ ହେଉଥିଲା l ଏଇ ସମୟରେ କାଳ ବୈଶାଖୀ ହେବାରୁ ବନ୍ଧା ଯାଇଥିବା ଟେଣ୍ଡ ଭାଙ୍ଗି ଯାଇଥିଲା l ଏଥି ସହିତ କଳ୍ପନା ଛକ ଠାରେ ଗଛର ଡାଳ ଭାଙ୍ଗି ଏଗାର କେଭି ତରରେ ପଡିବାରୁ ବିଦ୍ୟୁତ ସରବରାହ ରେ ବ୍ୟାହତ ହୋଇଥିଲା l ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଡାଳ କାଟିବା ପରେ ବିଦ୍ୟୁତ ସଂଯୋଗ ହୋଇଥିଲା ଲ
(ଧର୍ମାନନ୍ଦ ସେଠି ଙ୍କ ଖବର )
