*ଶ୍ରମ କୋଡ଼ ବାତିଲ ଦାବିରେ, ସର୍ବ ଭାରତୀୟ ପ୍ରତିବାଦ*
*ଡେଲି ୱେଜେସ ଆଉଟସୋରସିଂ କର୍ମଚାରୀ ଙ୍କ ଦ୍ୱାରା ଦାବୀ ପତ୍ର ପ୍ରଦାନ*
ବ୍ରହ୍ମପୁର -(23/03/26) ଶ୍ରମିକ ଶ୍ରେଣୀ ଙ୍କ ବିରୋଦ୍ଧ ସତ୍ତ୍ୱେ ଦେଶରେ ଆସନ୍ତା ଏପ୍ରେଲ ପହିଲା ରୁ କେନ୍ଦ୍ର ସରକାର ଙ୍କ ଦ୍ୱାରା 29 ଟି ଶ୍ରମ ଆଇନ କୁ ଶେଷ କରି ଚାରୋଟି ଶ୍ରମ କୋଡ଼ କୁ ଲାଗୁ କରିବେ I ଏହି କ୍ରମ ରେ ଆଜି ବଳିଦାନ ଦିବସ ରେ ସର୍ବଭାରତୀୟ ଶ୍ରମିକ ସଂଗଠନ ଇଫଟୁ ପକ୍ଷରୁ ଶ୍ରମ କୋଡ଼ କୁ ବାତିଲ ଦାବିରେ ସାରାଦେଶ ରେ ପ୍ରତିବାଦ କରାଯାଇଛି ଓ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କ ମାଧ୍ୟମ ରେ ରାଜ୍ୟପାଳ କେନ୍ଦ୍ର ଶ୍ରମ କମିଶନର ଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି I ଶ୍ରମିକ ଓ କର୍ମଚାରୀ ମାନଙ୍କ ର ଏକ ମିଳିତ ରାଲି ସ୍ଥାନୀୟ କମାପଲ୍ଲୀ ଛକ ରୁ ବାହାରି ଆରଡିସି ଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରାଯାଇଛି I
ରାଜ୍ୟ ରେ ଠିକା ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କ ଭଳି ଅସ୍ଥାୟୀ କର୍ମଚାରୀ ମାନେ ନାନାଦି ଅସୁବିଧା ମଧ୍ୟରେ ସରକାରୀ ବିଭାଗ କୁ ଚଳାଇ ଆସୁଥିବା ବେଳେ ଏହି କୋଡ଼ ଲାଗୁ ହେଲେ ଏହି ଶ୍ରେଣୀ ନିଜର ଦାବୀ କୁ ଉଠାଇବା ପାଇଁ ସଙ୍ଘ ପଞ୍ଜିକରଣ କରିବା କିମ୍ଭା କୌଣସି ଆନ୍ଦୋଳନ କରିବା କଷ୍ଟସାଧ୍ୟ ହୋଇଯିବ I ଏପରିକି କର୍ପୋରେଟ ସପକ୍ଷବାଦୀ ଏହି କୋଡ଼ ସ୍ଥିର ଅବଧି ନିଯୁକ୍ତି, ଓ ଶ୍ରମ ବିଭାଗ ର କ୍ଷମତା ଅପସାରଣ ଆଦି ଶ୍ରମିକ, କର୍ମଚାରୀ ମାନଙ୍କୁ ଶ୍ରମ ଅଧିକାର ରୁ ବାହାର କରି ବିପଦ ମଧ୍ୟକୁ ଠେଲି ଦେବ I
ଅନ୍ୟାପଟେ ରାଜ୍ୟ ରେ କାମ କରୁଥିବା ଠିକା, ଆଉଟସୋର୍ସିଙ୍ଗ, ସ୍କିମ କର୍ମଚାରୀ ମାନଙ୍କୁ ରାଜ୍ୟ ସରକାର ବଜାର ଦର ଅନୁସାରେ ସର୍ବନିମ୍ନ ମଜୁରୀ, ପୂର୍ବ ସରକାର ଙ୍କ ଘୋଷଣା ର ସୁବିଧା, ଏଜେନ୍ସି ମାନଙ୍କ ମନମାନି, 30 ଦିନ କାମ ରେ 26 ଦିନ ଦରମା ଦେବା ଏବଂ ମାସର ସଠିକ ସମୟ ରେ ଦରମା ଦେବାରେ ମଧ୍ୟ ବିଫଳ ହେଉଥିବା ବେଳେ ବିନା କାରଣ ରେ ଛଟେଇ କରିବା ବୃଦ୍ଧି କରିଛି ଯାହାକୁ ନେଇ ସାରା ରାଜ୍ୟ ରେ ଏହି କର୍ମଚାରୀ ମାନେ ଆନ୍ଦୋଳନ ଜାରୀ ରଖିଛନ୍ତି କିନ୍ତୁ ସରକାର ସମାଧାନ କରିବାରେ ବିଳମ୍ବ କରୁଛନ୍ତି I ସଂଗଠନ ପକ୍ଷରୁ ଭିବି ରାମଜୀ ବିଲ, ବିଦ୍ୟୁତ ବିଲ 2025 କୁ ମଧ୍ୟ ବିରୋଦ୍ଧ କରିଛି I ଆଜିର ଏହି କାର୍ଯ୍ୟକ୍ରମ ରେ ସ୍ତମ୍ଭକାର ଭାଲଚନ୍ଦ୍ର ଷଡ଼ଙ୍ଗୀ, ଇଫଟୁ ର ରାଜ୍ୟ ସଭାପତି ପ୍ରତାପ, ପୌର କର୍ମଚାରୀ ନେତା ଉତ୍ତମ ନାୟକ,ବିନୋଦ ନାୟକ ଟୁନା ରଥ, ସ୍ୱାସ୍ଥ୍ୟ କର୍ମଚାରୀ ନେତା ନମିତା ନାୟକ, ହିମାଂଶୁ ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ବେହେରା,ସୁରଜ ନାହାକ, ମଧୁସୂଦନ ରାଓ , ଆଶୁତୋଷ ଘଡାଇ, ଝିଲ୍ଲୀ ରାଣୀ,ବିକ୍ରମ ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ I
