ଧବଳପୂର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସାଇବର ସଚେତନତା କାର୍ଯକ୍ରମ ଅନୁଷ୍ଠିତ ।
ଶେରଗଡ଼ :- (ଭଞ୍ଜଦୂତ ଖବର , ରିପୋର୍ଟ:- ରାଜକିଶୋର ସାବତ ) (ନି.ପ୍ର), ଆଜିର ସମୟରେ ବଢୁଥିବା ସାଇବର ଅପରାଧକୁ ରୋକିବା ପାଇଁ ଧବଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାର୍ଥୀ ଓ ଅଭିଭାବକମାନଙ୍କୁ ଡିଜିଟାଲ୍ ଦୁନିଆର ବିପଦ ଏବଂ ସୁରକ୍ଷା ବିଷୟରେ ଜଣାଇବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକଙ୍କ ଅନୁମତି କ୍ରମେ RBI ବ୍ୟାଙ୍କ ଙ୍କ ଦ୍ଵାରା ଆସିଥାବା ଷ୍ଟାପଙ୍କ ଅନୁମୋଦିତ କ୍ରମେ ପିଲାମାନଙ୍କୁ ସଚେତନ ପାଇଁ ପରାମର୍ଶ ଦେଇଥିଲେ ।
ଜାତୀୟ ଆଞ୍ଚଳିକ ଶିକ୍ଷା କେନ୍ଦ୍ର ଯାହା RBI , SEBI , IRDAI , PFRDA ଦ୍ୱାରା ପ୍ରୋତ୍ସାହିତ ହୋଈ ଏହା ଲକ୍ଷ୍ୟ ପାଇଁ ଭାରତର ସମସ୍ତ ବର୍ଗର ଲୋକଙ୍କ ମଧ୍ୟରେ ଆଞ୍ଚଳିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ଏକ ଆଞ୍ଚଳିକ ସଚେତନ ଓ ସମସ୍ତ ଭାରତ ନିର୍ମାଣ ଦିଗରେ ବିଦ୍ୟାଳୟ ଛାତ୍ର ଓ ଛାତ୍ରୀ ଙ୍କ ପାଇଁ ଆଞ୍ଚଳିକ ଶିକ୍ଷା କାର୍ଯକ୍ରମ ଅନୁଷ୍ଠିତ କରଯାଇଥିଲା । ଏଥିରେ ଆଞ୍ଚଳିକ ସାକ୍ଷରତା କେନ୍ଦ୍ର ଏବଂ RBI ମିଳିତ ଉଦ୍ୟମରେ ପରିଚାଳନା କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର
ସ୍ବେଚ୍ଛାସେବୀ ସମନ୍ବିତ ବିକାଶ ସମାଜ (VIDS) ଏକ ସ୍ୱେଚ୍ଛାସେବୀ ସଂଗଠନ ଯାହା RBI ଏବଂ NABARD ଠାରୁ ଗଞ୍ଜାମ ଜିଲ୍ଲାର 21 ଟି ବ୍ଲକରେ ଆର୍ଥିକ ସାକ୍ଷରତା ସଚେତନତା ଅଭିଯାନ, FLAP ପରିଚାଳନା ପାଇଁ ଅନୁମତି ପାଇଛି, ଯାହା RBI, NABARD ଏବଂ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ସହାୟତାରେ RBI ର ମାର୍ଗଦର୍ଶିକା ଅନୁଯାୟୀ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଆର୍ଥକ ସାକ୍ଷରତା ଉପରେ ସଚେତନତା ସୃଷ୍ଟି କରିବ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବନ୍ଦିତା ଦାସ ଆଜିର ଯୁଗରେ ସତର୍କତା ହିଁ ସାଇବର ଅପରାଧରୁ ବଞ୍ଚିବାର ଏକମାତ୍ର ଉପାୟ ଗଣମାଧ୍ୟମ ଆଗରେ ଜଣାଇଥିଲେ। ବିଦ୍ୟାର୍ଥୀମାନେ ଅତି ଉତ୍ସାହର ସହ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
