*ନୂଆପଡ଼ା ଜିଲ୍ଳା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସଡ଼କ ଓସରିକରଣ ଏବଂ ଡ୍ରେନ ନିର୍ମାଣ ନେଇ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୩.୦୩.
ଖଡିଆଳ ଏନ୍ ଏ ସି ପକ୍ଷ ରୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଜି ଖଡିଆଳ ୩୫୩ ନମ୍ୱର୍ ଜାତୀୟ ରାଜପଥ କଡ ରୁ ୱାର୍ଡ ନମ୍ବର ୧ ମୁକ୍ତାପୁର ଗ୍ରାମ କୁ ସଡ଼କ ନିର୍ମାଣ ନେଇ ଅମିନ ଏନ୍ ଏ ସି ରାଜସ୍ବ ନିରୀକ୍ଷକ ଯୋଗ ଦେଇ ଜମି ଚିହ୍ନଟ କରିଛନ୍ତି। ଆସନ୍ତା ଦିନ ରେ ସଡ଼କ ଓସାର ହେବା ସହ ଡ୍ରେନ୍ ନିର୍ମାଣ ପାଇଁ ପ୍ରସ୍ତାବିତ ଥିବା ଜଣାପଡିଛି। ଖଡିଆଳ ସହର ରେ ଆଦର୍ଶ ନାଲ ନର୍ଦ୍ଦମା ନିର୍ମାଣ ନେଇ ପ୍ରସ୍ତାବିତ ଥିବା ବେଳେ ନିଆଁ କାର୍ଯ୍ୟ ପୂର୍ବରୁ ଜମି ଚିହ୍ନଟ ନିତାନ୍ତ ଆବଶ୍ୟକ ଅଟେ। ତେଣୁ ପର୍ଯ୍ୟାୟ କ୍ରମେ ଜମି ଚିହ୍ନଟ କରି ଜମି ରୁ ଜବର ଦାଖଲ ଉଚ୍ଛେଦ କରିବା ପ୍ରକ୍ରିୟା ମଧ୍ୟ ହାତକୁ ନେବେ ବୋଲି ଜଣାପଡ଼ିଛି।
