ମାଲକାନଗିରି – ୨୨/୦୩/୨୦୨
କାଲିମେଳା ଗୋପବନ୍ଧୁ ଆଞ୍ଚଳିକ ଉଚ୍ଚ
ମାଧ୍ୟମିକ ବିଦ୍ୟାଳୟରେ ଏନ୍ ଏସ ଏସ କୋ- ଇଉନିଟ ତରଫରୁ ସଫେଇ କାର୍ଯ୍ୟ ସମ୍ପନ୍ନ।
ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକରେ ଅବସ୍ଥିତ ଗୋପବନ୍ଧୁ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଏନ୍ ଏସ ଏସ କୋ- ଇଉନିଟ ତରଫରୁ ସଫେଇ କାର୍ଯ୍ୟ ସମ୍ପନ୍ନ କରିବାକୁ ଦେଖିବାକୁ ମିଳିଥିଲା। ଏହି ସଫେଇ କାର୍ଯ୍ୟକୁ ସଫଳ ରୂପାୟନ ଦେବା ନିମନ୍ତେ ବିଦ୍ୟାଳୟର ଶହେ ଜଣ ଛାତ୍ରଛାତ୍ରୀଙ୍କ ସହିତ କାଲିମେଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ବୈଦ୍ୟ,ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣ ଶିକ୍ଷକ ମାନେ ଅଂଶଗ୍ରହଣ କରିଥିଲେ।ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ସଫେଇ କାର୍ଯ୍ୟ ସକାଳ ୯ ଘଟିକାରୁ ଆରମ୍ଭ ହୋଇ ୧.୩୦ ଘଟିକା ସମୟରେ ଶେଷ ହୋଇଥିଲା। ଏହି ସଫେଇ କାର୍ଯ୍ୟରେ ବିଦ୍ୟାଳୟ, ହୋଷ୍ଟେଲ,ଇଉରିନାଲ, ସାଇକେଲ ରହଣି ସ୍ଥାନ ସାମିଲ ରହିବା ସହିତ ବିଦ୍ୟାଳୟର ବଗିଚା ମଧ୍ୟ ସଫେଇ କରାଯାଇଥିଲା। ଏଥିରେ ପୋଗ୍ରାମ ଅଫିସର ଶ୍ରୀଯୁକ୍ତ ବିମଳ କୁମାର ସାହୁ ସକ୍ରିୟ ଅଂଶ ଗ୍ରହଣ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଭୁରି ଭୁରି ପ୍ରଶଂସା କରିଥିଲେ। ଏହା ଏକ ଜନ ହିତକାରୀ କାର୍ଯ୍ୟ ହୋଇ ଥିବା ଯୋଗୁଁ ବିଭିନ୍ନ ମହଲରୁ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଛି।
