ରାୟଗଡା ସ୍ୱାୟଂଶାସିତ ମହାବିଦ୍ୟାଳୟ ରେ ମାନସିକ ସ୍ୱାସ୍ଥ୍ୟ ପାଇଁ ଯୋଗ, ଧ୍ୟାନ, କର୍ମଶାଳା।
ରାୟଗଡ଼ା:(ରମେଶ ଅଗ୍ରୱାଲ.)- -ତା -୨୨-୩-ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟର ସୁବର୍ଣ୍ଣଜୁବୁଲି ସମ୍ମିଳନୀ କକ୍ଷରେ ସାତଦିନ ବ୍ୟାପି ଚାଲିଥିବା ‘ମାନସିକ ସ୍ୱାସ୍ଥ୍ୟ ପାଇଁ ଯୋଗ ଓ଼ ଧ୍ୟାନ ‘କର୍ମଶାଳା ଆଜି ଉଦଯାପିତ ହୋଇ ଯାଇଛି। ଏହି କର୍ମଶାଳା ଶକ୍ତିଶ୍ରୀ ସଶକ୍ତିକରଣ କୋଷ ତରଫରୁ ଆୟୋଜିତ ହୋଇ ଥିଲା, ସଂଯୋଜିକା ଡ. ଲିଜାରାଣୀ ଶତପଥି ଙ୍କ ପ୍ରଚେଷ୍ଟାରେ। ପ୍ରତିଦିନ ଛାତ୍ରୀଛାତ୍ରଙ୍କୁ ଏକ ଘଣ୍ଟା ଧରି ଆସନ, ପ୍ରାଣାୟାମ, ଧ୍ୟାନ ସହ ବିଭିନ୍ନ ମନସ୍ତାତ୍ଵିକ ପ୍ରକ୍ରିୟା ର ପ୍ରଶିକ୍ଷଣ ଦିଆଯାଉ ଥିଲା। ଏଥିରେ ବିଶେଷଜ୍ଞ ଭାବରେ ଯୋଗ ଦେଇଥିଲେ ଆର୍ଟ ଅଫ ଲିଭିଂ ପ୍ରଶିକ୍ଷିକା ଜି. ପଦ୍ମାବତୀ କର।ଅଧ୍ୟକ୍ଷା ଡ଼. ସରସ୍ବତୀ ରାୟ କର୍ମଶାଳାର ପ୍ରତ୍ୟେକ ଅଧିବେଶନରେ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ମାନସିକ ଚାପ ଓ ଉଦବେଗରୁ ମୁକ୍ତ ରହିବାର ଏକମାତ୍ର ଅସ୍ତ୍ର ଯୋଗ, ଧ୍ୟାନ ବୋଲି ଦର୍ଶାଇ ଥିଲେ।ଉଦଯାପନୀ ଉତ୍ସବରେ ସମସ୍ତ ସହାଭାଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସହାଭାଗୀ ମାନେ ନିଜର ସାତଦିନର ଅନୁଭବ ବାଣ୍ଟିଥିଲେ ଯାହାକି ଖୁଵ ଚମତ୍କାର ଥିଲା। କର୍ମଶାଳା ଆୟୋଜନରେ ଡ. ଲିଜାରାଣୀଙ୍କୁ ସାହାଯ୍ୟ କରିଥିଲେ ଶକ୍ତିଶ୍ରୀ ସାଥି ପ୍ରଗତି, ମୈତ୍ରୀ, ଚୁମକି, ସୁଶାନ୍ତ ଓ ଅନ୍ୟମାନେ।କର୍ମଶାଳାରେ ଉପସ୍ଥିତ ରହି ଏହାକୁ ସଫଳ କରିବାରେ ସାହାଯ୍ୟ କରିଥିଲେ ଭବେଶ ମହାନ୍ତି, ସୁବ୍ରତ ପ୍ରଧାନ, ଲେଫ୍ଟନାଣ୍ଟ ଉଦୟ ନାୟକ, ରମେଶ ହୁଇକା, ପ୍ରିୟଦର୍ଶିନୀ ବଳ, ପ୍ରତିମା ପତି, ସାଗରୀକା ସାହୁ।
