ଦିବଂଗତ ସାମ୍ବାଦିକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭା :
ବାଲେଶ୍ଵର – ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ସ୍ବର୍ଗତ ନରେନ୍ଦ୍ର ବାରିକଙ୍କ ଶ୍ରାଦ୍ଧବାର୍ଷିକୀ ବାଲେଶ୍ଵର ସାମ୍ବାଦିକ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ସେହିଭଳି ଆମ୍ଭମାନଙ୍କର ପ୍ରିୟ ସାମ୍ବାଦିକ ମିହିର ମହାପାତ୍ରଙ୍କ ଅକାଳ ବିୟୋଗରେ ଶୋକସଭା ମଧ୍ୟ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ସଭାପତିତ୍ୱ କରିଥିଲେ ସ୍ମୃତି କମିଟିର ସଭାପତି ଦେବବ୍ରତ ପାଣିଗ୍ରାହୀ। ମୁଖ୍ୟ ଅତିଥି ଭାବରେ ଧ୍ୱନି ପ୍ରତିଧ୍ୱନିର ସମ୍ପାଦକ ସୃଷ୍ଟିଧର ପରିଡ଼ା ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଉଜ୍ବଳ କର ,ସୁରେନ୍ଦ୍ର ଜେନା ,ସଂଘମିତ୍ରା ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନରେନ୍ଦ୍ର ବାରିକ ଓ ସ୍ୱର୍ଗତ ମିହିର ମହାପାତ୍ରଙ୍କ ଜୀବନର ଅନେକ କଥା ବଖାଣିଥିଲେ। ସ୍ବର୍ଗତ ନରେନ୍ଦ୍ର ବାରିକ ଜଣେ ରାଜନିତିର ଚାଣକ୍ୟ ସହିତ ବାଲେଶ୍ଵର ଜିଲ୍ଲାର ଜଣେ ଆଗଧାଡ଼ିର ସାଲିସ ବିହୀନ ସାମ୍ବାଦିକ ଥିଲେ ବୋଲି ମୁଖ୍ୟ ଅତିଥି କହିଥିଲେ। ସେହିଭଳି ସ୍ୱର୍ଗତ ମିହିର ମହାପାତ୍ର ଦୁଇଥର ଓ୍ବାର୍ଡ କାଉନସିଲର ତଥା କଂଗ୍ରେସ ଦଳର ଜଣେ ଦକ୍ଷ ନେତା ସହ ବହୁ ସାମାଜିକ ସଂଗଠନର ଉଦ୍ୟକ୍ତା ଥିଲେ ବୋଲି ବକ୍ତାମାନେ କହିଥିଲେ।ଏହି ଦୁଇ ଦିବଙ୍ଗତ ସାମ୍ବାଦିକଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ସଭାରେ ସ୍ମୃତି କମିଟିର ସମ୍ପାଦକ ଗଗନ କୁମାର ସେଠୀ, ଉପସଭାପତି ସନ୍ଦିପ୍ତ ଦାସ, ସମ୍ବିତ ବେହେରା ,କମଳା କାନ୍ତ ନାୟକ, ତପନ ଦାସ ,ପଦ୍ମଲୋଚନ ଦତ୍ତ, ଶିବଶଙ୍କର ଭୋଈ ,ପୂର୍ଣ ବାବୁ, ମହେଶ୍ୱର ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ। ପ୍ରତ୍ୟେକ ଥର ଭଳି ଆଜି ମଧ୍ୟ ଦୁଇ ଜଣ ପ୍ରବୀଣ ସାମ୍ବାଦିକ ତପନ କୁମାର ଦାସ ଓ ମହେଶ୍ୱର ପ୍ରଧାନଙ୍କୁ ସ୍ମୃତି କମିଟି ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସମ୍ବିତ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।।।
