ହାଇଟେକ୍ ପ୍ଲାଜା ଠାରେ ଉଗାଦି ଅବସର ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ।
ଗଜପତି (ଟିକି ଲିମା ) ଗଜପତିଜିଲ୍ଲା ପାରଳାଖେମୁଣ୍ଡି ରାମନଗର ହାଇଟେକ୍ ପ୍ଲାଜା ପରିସର ରେ ଉଗାଦି ଅବସରରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି, ପ୍ରଥମେ ବିଧାୟକ ରୁପେଶ ପାଣିଗ୍ରାହୀ ହାଇଟେକ୍ ଗ୍ରୁପ ଅଧକ୍ଷ dr ତିରୁପତି ପାଣିଗ୍ରାହୀ ଙ୍କ ଦ୍ଵାରା ପ୍ରଦିପୂଜ୍ଜଳନ ହୋଇଥିଲା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା, ରାଜ୍ୟ ଓ ରାଜ୍ୟ ବାହାର ରୁ ଆସିଥିବା କଳାକାର ମାନେ ଆସି ନିଜ କଳା ପ୍ରଦର୍ଶନ କରିଥିଲେ, ମଞ୍ଚ ରେ ଅଭିନୟ କରିଥିବା କଳାକାରମାନ ଙ୍କୁ ମଞ୍ଚ ରେ ସମର୍ତିଥ କରିବା ସହ ଆର୍ଥିକ ପୁରସ୍କାର ମଧ୍ୟ ଆୟାଜକ ଦ୍ବାରା ପ୍ରଦାନ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ କେ ସୁରୀୟା ରାଓ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ଗୋଷାଣୀ ବ୍ଲକ ଅଧକ୍ଷ ଏନ୍ ବିରରାଜୁ , ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, ପ୍ରମୁଖ ଉପସ୍ଥିତ ଥିଲେ
