ଆକ୍ସିସ ବ୍ୟାଙ୍କ ଏଟିଏମରେ ଅବ୍ୟବସ୍ଥା ,୧୦ ହଜାର ଉଠାଇଲେ ଉଠୁଛି ୯୬୦୦ ।
(ଧର୍ମାନନ ସେଠି ଙ୍କ ଖବର )
କାମାକ୍ଷାନଗର –
କଙ୍କଡାହାଡ଼ ବ୍ଲକ ସଦର ମହକୁମା କଙ୍କଡାହାଡ଼ ଠାରେ ଲୋକଙ୍କ ଟଙ୍କା ଲେଣଦେଣ ପାଇଁ ଆସ୍କିସ ବ୍ୟାଙ୍କ ପକ୍ଷରୁ ଏକ ଏଟିଏମ ମେସିନ ବସା ଯାଇଛି ।ଶନିବାର ଦିନ ଅର୍ଥାତ ୧୪ ତାରିଖ ଦିନ ଦୁଇ ଜଣ ବ୍ୟକ୍ତି ତେଲକୁଇ ଅଞ୍ଚଳର ଲଖେଶ୍ୱର ମହାନ୍ତ,କଙ୍କଡାହାଡ଼ ଗ୍ରାମର ଶ୍ରୀକାନ୍ତ ସିଂହ କଙ୍କଡାହାଡ଼ ସ୍ଥିତ ଆକ୍ସିସ ବ୍ୟାଙ୍କ ଏଟିଏମକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ ।ହେଲେ ଉଭୟ ୧୦ ହଜାର ଲେଖାଏଁ ଟଙ୍କା ଉଠାଇବା ପାଇଁ ପ୍ରସେସ କରିଥିଲେ ହେଲେ ଟଙ୍କା ଉଠିଲା ବେଳକୁ ୧୦ ହଜାର ଜାଗାରେ ୯୬୦୦ ଟଙ୍କା ଉଠି ଥିବା ନେଇ ଗଣତିରୁ ଜଣା ପଡିଲା ।ଲୋକମାନେ ସାଧାରଣତଃ ଏଟିଏମ ଉପରେ ନିର୍ଭରଶୀଳ ହୋଇଥାନ୍ତି ।ଖୋଦ ବ୍ଲକ ମୁଖ୍ୟାଳୟ ଠାରେ ଏକମାତ୍ର ଏଟିଏମ ଥିବାବେଳେ ଏଠି ଟଙ୍କା ଉଠାଇବା ପାଇଁ ନିତିଦିନ ଶହ ଶହ ଲୋକମାନେ ଆସିଥାନ୍ତି ।ଏଟିଏମ ରୁ ଅଳ୍ପ ଟଙ୍କା ଉଠିଥିବା ଅଭିଯୋଗ ପରେ ଅଞ୍ଚଳ ବାସୀଙ୍କ ମନରେ ଛନକା ପଶି ଯାଇଛି।ଏଟିଏମ ରୁ ଟଙ୍କା ଉଠାଇ ଥିବା କଙ୍କଡାହାଡ଼ ଗ୍ରାମର ଶ୍ରୀକାନ୍ତ ସିଂହ କହିଛନ୍ତି ସେ ଏଟିଏମରୁ ୧୦ ହଜାର ଟଙ୍କା ଉଠାଇବା ପାଇଁ ପିନ ଦେଲେ ପ୍ରସେସିଙ୍ଗ ହେବାପରେ ୧୮ ଟି ୫୦୦ ଟଙ୍କିଆ,୬ ଟି ୧୦୦ ଟଙ୍କିଆ ଉଠିଲା ଏଥିରେ ତାଙ୍କର ସନ୍ଦେହ ଉପୁଜିଲା ସେ ଟଙ୍କା ଗଣିଲା ବେଳକୁ ୪୦୦ ଟଙ୍କା କମ ଉଠିଥିଲା ବେଳେ ଏକାଉଣ୍ଟରୁ ୧୦ ହଜାର ଟଙ୍କା ଉଠିଥିବା ନେଇ ମେସେଜ ଆସିଥିଲା ।ଶ୍ରୀ ସିଂହ କହିଛନ୍ତି ତାଙ୍କ ପୂର୍ଵରୁ ଜଣେ ବ୍ୟକ୍ତି ସେହି ସମାନ ୧୦ ହଜାର ଉଠାଇଥିବା ବେଳେ ୪୦୦ ଟଙ୍କା କମ ଉଠିଥିଲା ।ଉଭୟ ଏ ସଂକ୍ରାନ୍ତରେ କାମାକ୍ଷାନଗର ଜିରିଡାମାଳି ସ୍ଥିତ ଆସ୍କିସ ବ୍ୟାଙ୍କ ଶାଖା ପରିଚାଳକଙ୍କ ନିକଟରେ ତୁରନ୍ତ ଫୋନ ମାଧ୍ୟମରେ ଅଭିଯୋଗ କରିଥିଲେ।ଏ ସଂକ୍ରାନ୍ତରେ କାମାକ୍ଷାନଗର ସ୍ଥିତ ଜିରିଡାମାଳି ଆକ୍ସିସ ବ୍ୟାଙ୍କ ମ୍ୟାନେଜର ପ୍ରତାପ ପ୍ରଧାନଙ୍କ ସହିତ ଯୋଗାଯୋଗ କରିଥିଲୁ ସେ କହିଛନ୍ତି ବ୍ୟାଙ୍କ ଏଟିଏମରେ ତୃତୀୟ ପକ୍ଷ ସିଏମଏସ ଟଙ୍କା ଭରୁଛନ୍ତି ।ଏମିତି କାହିଁକି ହେଲା ଏହାର ତଦନ୍ତ କରାଯିବ ଓ ଯେଉଁମାନେ ଅଭିଯୋଗ କରିଛନ୍ତି ୧୦ ହଜାର ଜାଗାରେ ୯୬୦୦ ଉଠିଛି ଟଙ୍କା ଫେରସ୍ତ କରାଯିବ ।ଆଜି ବ୍ୟାଙ୍କ ପକ୍ଷରୁ କଙ୍କଡାହାଡ଼ ସ୍ଥିତ ଏଟିଏମକୁ ଆସି ଯେଉଁ ମାନଙ୍କ ୧୦ ହଜାର ସ୍ଥାନରେ ୪୦୦ କମ ଉଠିଥିଲା ସେମାନଙ୍କୁ ୪୦୦ ଟଙ୍କା ଲେଖାଏଁ ଫେରସ୍ତ କରାଯାଇଛି ବୋଲି କହିଛନ୍ତି ।ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକ ସଦର ମହକୁମା ଠାରେ ଆକ୍ସିସ ବ୍ୟାଙ୍କ ଏଟିଏମ ରହିଥିବା ବେଳେ ଏହି ଏଟିଏମ ଉପରେ ନୀତିଦିନ ହଜାର ହଜାର ଲୋକମାନେ ନିର୍ଭରଶୀଳ ରହୁଛନ୍ତି ।ଆଜି ଦୁଇ ଜଣ ବ୍ୟକ୍ତିଙ୍କର ଉଠାଇ ଥିବା ଅନୁସାରେ ଅଳ୍ପ ଟଙ୍କା ଆସିଥିଲା ବେଳେ ଅନ୍ୟ ଲୋକମାନେ ପୂର୍ବରୁ ଏହି ଠକେଇରେ ଶିକାର ହୋଇ ଥିବା ନେଇ ଅଞ୍ଚଳ ବାସିନ୍ଦା ପ୍ରଶ୍ନ କରିଛନ୍ତି ।ବ୍ୟାଙ୍କ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଉତ୍ତମ ସେବା ଦେବାପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।ଏହି ଅଞ୍ଚଳ ଆକାଂକ୍ଷୀ ବ୍ଲକ ହୋଇଥିଲା ବେଳେ ଏଠି ଅଧିକାଂଶ ଅନୁସୂଚିତ ଜନଜାତି ଲୋକମାନେ ବସବାସ କରିଥାନ୍ତି ସେମାନେ ଏମିତି ଏଟିଏମ ଉପରେ ଅସୁବିଧା ହେଲେ କେଉଁଠି ଅଭିଯୋଗ କରି ପାରିବେ ତାହା ମଧ୍ୟ ସନ୍ଦେହ ସୃଷ୍ଟି କରୁଅଛି ।ଏଟିଏମରୁ ଟଙ୍କା ଉଠାଇ ଠକାମୀର ଶିକାର ହୋଇଥିବା ଶ୍ରୀ ସିଂହ କହିଛନ୍ତି ଏଟିଏମ ମେସିନ ପାଖରେ ଲେଖା ଯାଇଥିବା ଟୋଲ ଫ୍ରି ନମ୍ବରକୁ ଯୋଗାଯୋଗ କଲେ ଫୋନ ଲାଗୁ ନାହିଁ ।ଏଭଳି ସ୍ଥିତିରେ ଅଭିଯୋଗ କେଉଁଠି କରାଯିବ ।
