ଆନ୍ତର୍ଜାତିକ ମହିଳା ଦିବସ ଓ ଟୋକାଗଣ୍ଡା ଠାରେ ବ୍ରହ୍ମାକୁମାରୀ ପାଠଶାଳା ନୂତନ ଶାଖା ଉଦଘାଟନ।
ଭଞ୍ଜନଗର -୧୮/୦୩ (ପ୍ରଫୁଲ୍ଲ କୁମାର ମହାରଣା )
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଦ୍ୟାଳୟ, ଶାନ୍ତି ସ୍ତେ।ତ, ନୀଳାଦ୍ରୀ ବିହାର, ଭଞ୍ଜନଗର ଆନୁକୂଲ୍ୟରେ ସ୍ଥାନୀୟ ଟୋକାଗଣ୍ଡା ଗ୍ରାମରେ ବ୍ରହ୍ମକୁମାରୀ ପାଠଶାଳା ର ନୂତନ ଶାଖା ଉଦଘାଟନ କରି ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହ ରେ ପାଳନ କରାଯାଇଥିଲା।ଏହି ଅବସରରେ ସ୍ନେହ ମିଳନ, ଦୀପ ପ୍ରଜ୍ଜଳନ,ଶିବ ପିତାଙ୍କର ଝଣ୍ଡା ରୋହନ ଓ ଗ୍ରାମରେ ଶାନ୍ତି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।
ମୁଖ୍ୟ ବକ୍ତା ରାଜଯୋଗିନୀ ବ୍ରହ୍ମକୁମାରୀ ସନ୍ତୋଷିନୀ ଭଉଣୀ ଯୋଗ ଦେଇ ସହଜ ରାଜଯୋଗ, ଆତ୍ମିକ ଜ୍ଞାନ ଶିକ୍ଷା, ମହିଳା ନେତୃତ୍ୱ ଦ୍ୱାରା ବିଶ୍ୱରେ ଶାନ୍ତି, ମୈତ୍ରୀ,ଏକତା ଓ ପ୍ରତିବ୍ରତା ସ୍ଥାପନ ହୋଇପାରିବ ବୋଲି ଆଲୋକପାତ କରିଥିଲେ। ଏହିପରିପେକ୍ଷିରେ ମୁଖ୍ୟ ଅତିଥି ଶ୍ରୀମତୀ ରେସନା ନାୟକ, ବଡକୋଦଣ୍ଡା ଗ୍ରାମପଞ୍ଚାୟତ ସରପଞ୍ଚ ଗଣମାନ୍ୟ ଶ୍ରୀ ହୃଷିକେଶ ନାୟକ, ଶୁଳପାଣି ଶତପଥି ପ୍ରମୁଖ, ତିନିଶହ ରୁ ଉର୍ଦ୍ଧ ଭାଇ ଓ ଭଉଣୀ ଯୋଗ ଦେଇଥିଲେ । ବ୍ରହ୍ମକୁମାରୀ ପିଙ୍କି ଭଉଣୀ ଆମ୍ଭର ପରିଚୟ ପ୍ରଦାନ କରିଥିବା ସ୍ଥଳେ ବ୍ରହ୍ମକୁମାର ଶିବରାମ ଭାଇ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଅବସର ସେନା ବାହିନୀ କର୍ମଚାରୀ ଶ୍ରୀ ଯୁକ୍ତ ମଙ୍ଗୁଳୁ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ ।
