*ନୂଆପଡ଼ା ଜିଲ୍ଲାର ସ୍ୱର ଦିଲ୍ଲୀ ଦରବାର ରେ ଗୁଞ୍ଜରିତ, ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ଡଃ ସୋନିଆ ଜୈନ୍ ଙ୍କ ସହରାଞ୍ଚଳ ପ୍ରତିନିଧି ସମାବର୍ତ୍ତନ ଉତ୍ସବ – ୨୦୨୬ ରେ ଯୋଗଦାନ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୮.୦୩.
ନୂଆପଡ଼ା ଜିଲ୍ଲା ସ୍ୱର ଦିଲ୍ଲୀ ଦରବାର ରେ ଗୁଞ୍ଜରିତ ହୋଇଅଛି। ନୂଆପଡ଼ା ଝିଅ ସହରାଞ୍ଚଳ ପ୍ରତିନିଧିଙ୍କ ସମାବର୍ତ୍ତନ ଉତ୍ସବ – ୨୦୨୬ ରେ ଯୋଗଦାନ କରି ନିଜ ଜିଲ୍ଲାର କଥା ଉପସ୍ଥାପନା କରି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି। ସହରାଞ୍ଚଳର ବିକାଶ ଏବଂ ଉଚ୍ଚ ପ୍ରାୟାସ ଦ୍ବାରା ସଫଳୀଭୂତ ହେବାର ଏକ ବିଶ୍ୱାସ ବୋଲି କହିଥିଲେ। ମହିଳା ପ୍ରତିନିଧି ମାନେ ନିଜ ଅଞ୍ଚଳ ର ସମସ୍ୟା କୁ ଉପଯୁକ୍ତ ମାଧ୍ୟମ ରେ ଉପସ୍ଥାପନା କଲେ ତାହା ନିଶ୍ଚିତ ରୂପେ ସମାଧାନ ର ବାଟ ଫିଟାଇଥାଏ। ତେଣୁ ପାଦ କୁ ପାଦ ମିଶାଇ, ହାଟ କୁ ହାତ ଧରି ସଂଘ ବଦ୍ଧ ଭାବରେ ଅଗ୍ରସର ହେବା ହିଁ ଅଞ୍ଚଳ ର ବିକାଶ ବୋଲି କହିଥିଲେ। ନିଜ ବିଜ୍ଞାପିତ ଅଞ୍ଚଳ ରେ ୱାର୍ଡ ସଭ୍ୟ ସଭ୍ୟାଙ୍କ ସମର୍ଥନ ଆଗକୁ ବଢ଼ିବାର ସୁଯୋଗ ଦେଇଥାଏ। ତେଣୁ ତାଙ୍କ ୱାର୍ଡ ସଭ୍ୟ ସଭ୍ୟା ସଫଳ କାହାଣୀ ବୋଲି କହିଥିଲେ।
