ପ୍ରଜାପିତା ବ୍ରହ୍ମକୁମାରୀ ମାନଙ୍କ ଦ୍ୱାରା ପ୍ରଭୁ ମିଳନ ର ଶୁଭ ଉଦଘାଟନ ।
ଭଞ୍ଜନଗର-୧୭/୦୩(ପ୍ରଫୁଲ୍ଲ କୁମାର ମହାରଣା) ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଶାନ୍ତିସ୍ତୋତ, ନୀଳାଦ୍ରୀ ବିହାର, ଭଞ୍ଜନଗର ଆନୁକୂଲ୍ୟରେ ଗୟାଗଣ୍ଡା ଗ୍ରାମରେ ପ୍ରଭୂ ମିଳନ ଭବନ ର ଶୁଭ ଉଦଘାଟନ ମହୋତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ଶାନ୍ତି ସଦଭାବନା ଗ୍ରାମ୍ୟ ଭ୍ରମଣ ସହ ସ୍ନେହ ମିଳନ ଆୟୋଜନ ହୋଇଥିଲା। ମୁଖ୍ୟ ବକ୍ତା ରୂପେ ଗଞ୍ଜାମ ଓ ଗଜପତି ସବଜୋନ ସଞ୍ଚାଳିକା ରାଜଯୋଗିନୀ ମାଳା ଦିଦି ଯୋଗ ଦେଇଥିଲେ । ସମାଜ ମଧ୍ୟରେ ରହି ସତଜ୍ଞାନ ମାର୍ଗଦ୍ୱାରା ଭଗବାନ ଙ୍କ ଠାରୁ ସୁଖ ଶାନ୍ତି ପ୍ରାପ୍ତ କରିପାରିବା ବୋଲି ମତ ବ୍ୟକ୍ତ ରଖିଥିଲେ। ରାଜ ଯୋଗିନୀ ଅର୍ଚ୍ଚନା ଭଉଣୀ ସ୍ୱାଗତ ଭାଷଣ, ବ୍ରହ୍ମକୁମାରୀ ଲକ୍ଷ୍ମୀ ଭଉଣୀ ମଞ୍ଚ ପରିଚାଳନା, ବ୍ରହ୍ମକୁମାରୀ ସନ୍ତୋଷିନୀ ଭଉଣୀ ଧନ୍ୟବାଦ ଅର୍ପଣ କରିବା ସହ ତ୍ରିବେଣୀ ଭଉଣୀ ସହଜ ରାଜଯୋଗ ର ଅଭ୍ୟାସ କରିଥିଲେ। ବ୍ରହକୁମାର ବୈକୁଣ୍ଠ ନାଥ ଭଟ୍ଟ ଭାଇ, ରବିଭାଇ, ସର୍ଭିସ ଭାଇ, ବ୍ରହକୁମାରୀ ଅଲିଭା, ପ୍ରାପ୍ତି, ପିଙ୍କି ଭଉଣୀ, ଗୁରୁ ଦାୟିତ୍ୱ ର ସହ ସହଯୋଗ ପ୍ରଦାନ କରିଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ୍ୱ ଆଧ୍ୟାତ୍ମିକ ପ୍ରେମୀ ଭାଇ, ଭଉଣୀ ମାନଙ୍କ ସମାଗମ ହୋଇଥିଲା।ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଆଧ୍ୟାତ୍ମିକ ଭାଇ, ଭଉଣୀ ମନରେ ଖୁସି ର ଲହରୀ ପରିଲକ୍ଷିତ ହେବାର ଦେଖିବାକୁ ମିଳିଥିଲା।
