ରବିନ୍ଦ୍ର ବିଜେପି ର ମିଶିବାକୁ ନେଇ ପାର୍ଶ୍ଵ ପ୍ରତିକ୍ରିୟା: ପଦ୍ମ ଛାଡ଼ିଲେ ଜୀବନ ପ୍ରଦୀପ ଦାଶ।
ବାଲେଶ୍ୱର (ଅମରଦୀପ, ଭଞ୍ଜଦୂତ, ନିପ୍ର):: ରାଜନୀତିରେ ଘଡିକେ ଘୋଡା ଛୁଟେ। ଏହାର ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ରାଜନୀତିରେ। ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପି ରେ ଯୋଗ ଦେବା ପରେ ପଦ୍ମ ର ସାଥ୍ ଛାଡିଛନ୍ତି ବରିଷ୍ଠ ବିଜେପି ନେତା ଜୀବନ ପ୍ରଦୀପ ଦାଶ। ଜୀବନ ପ୍ରଦୀପ ଦାଶ ଆଜି ଆମନ୍ତ୍ରଣ କଲ୍ୟାଣୀ ମଣ୍ଡପ ରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ଇସ୍ତଫା ଘୋଷଣା କରିଛନ୍ତି।ଉଲ୍ଲେଖଯୋଗ୍ୟ ଶ୍ରୀ ଦାସ ୨୦୨୧ ମସିହାରେ ପଦ୍ମ ଧରିଥିଲେ। ବିଗତ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଦଳ ଯେଉଁ ଦାୟିତ୍ଵ ବା କାର୍ଯ୍ୟ ଦେଇଛି, ତାକୁ ସୂଚାରୁ ରୂପେ ପାଳନ କରିଛି । ଶ୍ରୀ ଦାସ ଦଳର ଯେକୌଣସି କାର୍ଯ୍ୟ ଯଥା ପଶ୍ଚିମ ବଙ୍ଗ ସାଧାରଣ ନିର୍ବାଚନ, ପିପିଲି ଉପ ନିର୍ବାଚନ, ଦଳୀୟ ସଦସ୍ୟତା ସଂଗ୍ରହ, ଅନ୍ୟ ଜିଲ୍ଲାରେ ସାଙ୍ଗଠନିକ ନିର୍ବାଚନ, ଅନ୍ୟ ଜିଲ୍ଲାରେ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବରେ ଯୋଗଦାନ, ଦଳ ଯେଉଁ ଦାୟିତ୍ୱ ଦେଇଛି ସେ କରିଛନ୍ତି।
ଆଜିକା ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀ ଦାସ କହିଛନ୍ତି ମାତ୍ର ଓଡ଼ିଶାରେ ୨୦୨୪ ନିର୍ବାଚନରେ ବିଜେପି କ୍ଷମତାକୁ ଆସିଲା ପରେ ଦଳର ଯେଉଁ ନୈତିକ ପତନ ହୋଇଛି, ମୁଁ ନିଜକୁ ସେଥିରେ ସହମତ ହୋଇପାରୁନାହିଁ । ଜଣେ ଚିଟ୍ଫଣ୍ଡ୍ ଅଭିଯୁକ୍ତକୁ ଯାହା ଉପରେ ସି.ବି.ଆଇ. କେଶ୍ ଚାଲିଛି, ଯିଏ ଜାମିନ୍ରେ ଅଛି, ତାକୁ ଦଳରେ ସାମିଲ କରି ଦଳର “ ମୂଲ୍ୟବୋଧ ଯୁକ୍ତ ରାଜନୀତି” ବିଚାର ଠାରୁ ବହୁ ଦୂରକୁ ଚାଲିଯାଇଛନ୍ତି । କ୍ଷମତାର ମୋହରେ ଅନ୍ଧ ହୋଇ, ଅହଂକାରର ବଶବର୍ତ୍ତୀ ହୋଇ ରାଜ୍ୟ ନେତୃବୃନ୍ଦ ସମଗ୍ର ନୈତିକତା ହରାଇଛନ୍ତି।
