ରାମ ନବମୀ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):: ଚଳିତ ମାସ ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀରାମ ନବମୀ ମହୋତ୍ସବ ଉପଲକ୍ଷେ ସୋର ଶ୍ରୀ ରାମ ସେନା ତରଫରୁ ହୋଟେଲ ରୟାଲ ର ସଭା ଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ନୂତନ ସଭାପତି ପ୍ରହଲ୍ଲାଦ ସାହୁ ,ସମ୍ପାଦକ ମନିଷ ଗୁପ୍ତା , ଉପସଭାପତି ମନୋରଞ୍ଜନ ଧଡା ଶ୍ରୀରାମ ନବମୀ ଉପଲକ୍ଷେ ସାମ୍ୟକ ସୂଚନା ଦେଇଥିଲେ। ଏଥର ନୂତନ ଭାବେ ବାଲ ବଜରଙ୍ଗୀ ସାଇକେଲ ଶୋଭାଯାତ୍ରାକୁ ସ୍ଥାନୀତ କରାଯାଇଥିବା ନେଇ ସୂଚନା ଦିଆଯାଇଛି। ଗତ ୧୮ ବର୍ଷ ଧରି ସୋରରେ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ କୁ ଗ୍ରହଣ କରି ଶ୍ରୀରାମ ନବମୀ ଉପଲକ୍ଷେ ଶ୍ରୀ ରାମ ସେନା ତରଫରୁ ରାଷ୍ଟ୍ରୀୟ ନବବର୍ଷ ଅର୍ଥାତ୍ ଚୈତ୍ର ଶୁକ୍ଳ ପ୍ରତିପଦା ଠାରୁ ଶ୍ରୀରାମ ନବମୀ ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ, ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଶ୍ରୀରାମ ସେନା ସୋର ତରଫରୁ ସମସ୍ତ ରାମ ଭକ୍ତ ମାନଙ୍କୁ ନିବେଦନ କରାଯାଇଛି ସମସ୍ତେ ଉକ୍ତ ମହୋତ୍ସବ କୁ ଅକୁଣ୍ଠ ଚିତ୍ତରେ ତନ, ମନ, ଧନ ପୂବକ ସହଯୋଗ କରିବା ପାଇଁ। ଅନ୍ୟମାନଙ୍କ ମଧ୍ୟରେ ଗୁଗୁ ଦାସ, ଅଭିଷେକ ଅଗ୍ରୱାଲ, ନରେଶ ସି, ଦୀନବନ୍ଧୁ ଦାସ, କାହ୍ନୁ କର, ଲକ୍ଷ୍ମୀଧର ମହାକୁଡ଼, ଦିଗନ୍ତ ସାହୁ, ଆତ୍ମପ୍ରକାଶ ମସ୍କରା, କାହ୍ନୁ ଚରଣ ବେହେରା ପ୍ରମୁଖଙ୍କ ସମେତ ସୋର ଶ୍ରୀ ରାମ ସେନା ସୋରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।
