ମାର୍ଚ୍ଚ ୧୮ରୁ ୨୪ ଦ୍ୱିତୀୟ କାଂଶବାଂଶ ମହୋତ୍ସବ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ଦ୍ଵିତୀୟ କାଂଶବାଂଶ ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସୋର ବ୍ଲକର ଅନନ୍ତପୁର ବ୍ଲୁ ଷ୍ଟାର କ୍ଳବ ସମ୍ମୁଖରେ କାଂଶବାଂଶ ମହୋତ୍ସବ କମିଟି ର ସଭାପତି ନିତ୍ୟାନନ୍ଦ କରଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମାର୍ଚ୍ଚ ୧୮ ରୁ ୨୪ ପର୍ଯ୍ୟନ୍ତ କାଂଶବାଂଶ ମହୋତ୍ସବ ଅନନ୍ତପୁରରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି। ମହୋତ୍ସବରେ ସୋର,ସିମୁଳିଆ, ଖଇରା, ବାହାନଗା,ବାସୁଦେବପୁର ଦେଇ ପ୍ରବାହିତ କାଂଶବାଂଶ ନଦୀ ଅବବାହିକାରେ ଅବସ୍ଥିତ ୨୨ ଗୋଟି ପଞ୍ଚାୟତର ଜନସାଧାରଣଙ୍କ ସହଯୋଗରେ ମହୋତ୍ସବରେ ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୩୨ ବେଶ, ୫୬ ଭୋଗ ସହ ବିଭିନ୍ନ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମହୋତ୍ସବର ମୁଖପତ୍ର ‘ଆମ କାଂଶବାଂଶ’ ଲୋକାର୍ପଣ ହେବ। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀ ମାନଙ୍କୁ ବିଭିନ୍ନ ଦିବସରେ ପୁରସ୍କାର ପ୍ରଦାନ କରାଯିବ ସହ ସ୍ଥାନୀୟ ଅଂଚଳର ପ୍ରତିଭାଧାରୀ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ସଭାପତି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ କମିଟିର କର୍ମକର୍ତ୍ତାମାନେ ଆଲୋଚନାରେ ଭାଗ ନେଇ ଥିଲେ। ଶେଷରେ ସାମ୍ବାଦିକ ମାନଙ୍କୁ କମିଟିର ସମ୍ପାଦକ ବଂଶୀଧର ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ।
