ମହିମା ମଣ୍ଡଳ ରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ବର୍ଗ l (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ମହିମାଗାଦି ଯୋରନ୍ଦା ର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଯୋରନ୍ଦା ପ୍ରାଙ୍ଗଣରେ ପଣ୍ଡିତ ଦିନଦାୟଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ 2026, ମହିମା ମଣ୍ଡଳର କାର୍ଯକର୍ତ୍ତା ମାନଙ୍କୁ ନେଇ ଏକ ତା – 14-3-26 ଓ 15-2-26 ଦୁଇଦିନିଆ ବର୍ଗ ହୋଇଥିଲା ଏହି ବର୍ଗରେ 100 ରୁ ଅଧିକ କାର୍ଯକର୍ତ୍ତା ଯୋଗ ଦେଇଥିଲେ, ଏହି ବର୍ଗ କୁ ସୂଚାର ରୂପେ ଚଳାଇବାପାଇଁ ଦିନରାତ୍ରି ମିଶି 8ଟି କଳାଂଶ ହୋଇଥିଲା, ଏଥିରେ ଜିଲ୍ଲା ସ୍ତରୀୟ କାର୍ଯକର୍ତ୍ତା ଏହି 8ଟି କଳାଂଶକୁ ସୂଚାର ରୂପେ ଚଳାଇ ଥିଲେ,ଅତିଥି ଧୂର୍ବ ଚରଣ ସ୍ୱାଇଁ ( ଜିଲ୍ଲା ସମ୍ପାଦକ ),ପ୍ରତାପ ଚରଣ ନାଥ (ମଣ୍ଡଳ ସଭାପତି ), ମମତା ସ୍ୱାଇଁ (ଜିଲ୍ଲା ମହିଳା ସଭାନେତ୍ରୀ ), ନରେଶ ଚନ୍ଦ୍ର ମହାପାତ୍ର (ପୂର୍ବତନ ଜିଲ୍ଲା ସଭାପତି ), ନିରୋଦ ଚନ୍ଦ୍ର ରାଉତ (ଜିଲ୍ଲା ସମ୍ପାଦକ ), ବିଷ୍ଣୁ ଚରଣ ଲେଙ୍କା (ଜିଲ୍ଲା ସାଧାରଣ ସମ୍ପାଦକ )ଜ୍ଞାନରଞ୍ଜନ ନାୟକ (ପୂର୍ବତନ ସଦର ବ୍ଲକ ସଭାପତି )ଶତ୍ରୁଘ୍ନ ରାଉତ (କବରା ପଞ୍ଚାୟତ ର ସମିତି ସଭ୍ୟ )ଅମ୍ବିକା ପ୍ରସାଦ ମିଶ୍ର (ଜିଲ୍ଲା ସମ୍ପାଦକ )MJ ମହିମା (ଜିଲ୍ଲା ଯୁବମୋର୍ଚା ସଭାପତି )ସମରେନ୍ଦ୍ର ଶତପଥୀ ଓ ମଞ୍ଚ ପରିଚାଳନା କରିଥିଲେ ସମରେନ୍ଦ୍ର ମହାନ୍ତି, ଏହି ପ୍ରଶିକ୍ଷଣରେ ସମସ୍ତ କାର୍ଯକର୍ତ୍ତା ମାନଙ୍କୁ ନେଇ ଦେଶର ଉର୍ନତି ବିଷୟରେ ଆଲୋଚନା କରି କହିଲେ ବ୍ୟକ୍ତି, ଧର୍ମ, ଅର୍ଥ ଓ ମୁଖ୍ୟ ପ୍ରାପ୍ତି ବିଷୟରେ ପୁଖାନୁ ପୂଖ ଓ ବିଜେପି ର ବିଚାର ଧାରା ବିଷୟରେ ଏକାମ୍ର ମାନବ ବାଦ, ସଂସ୍କୃତିକ ରାଷ୍ଟ୍ରବାଦ, ପାଞ୍ଚନିଷ୍ଟl, ଉଦ୍ଘୋଷ ଓ ଅନ୍ତରଦୋୟ ର ବିକାଶ, ବିଷୟରେ ଆଲୋଚନା କଲେ ଓ ସ୍ବଦେଶୀ ଓ ବିଦେଶୀ ସାମଗ୍ରୀ ବିଷୟରେ ନିଜ ପରିବାରରେ କିଭଳି ଆଲୋଚନା ହବ ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଇଲେ l ପରିଶେଷରେ ଏହି ମଣ୍ଡଳ ବର୍ଗକୁ ସୁରେଶ ଚନ୍ଦ୍ର ରାଉତ, ପ୍ରଶାନ୍ତ ଦେହୁରୀ, ବିରଞ୍ଚି ନାରାୟଣ ସାହୁ, ପ୍ରଭାତ ଭାଇ , ଆଶୁତୋଷ ନାଥ, ଅନିଲ ମଳିକ, କଳ୍ପନା ବିଶ୍ୱାଳ,ପୁଷ୍ପଲତା ସାମଲ ମାନଙ୍କ ଦ୍ୱାରା ସୁଚାରୁପେ କାର୍ଯ୍ୟକ୍ରମ ଟିକୁ ସହଯୋଗ କରିଥିଲେ l
