*ପ୍ରଥମ ବର୍ଷ ତିଖାଲି ଡ୍ୟାମ ଲୋକ ମହୋତ୍ସବ ଉଦଘାଟିତ,ପ୍ରାଚୀନ ଲୋକ କଳା, ସାହିତ୍ୟ ଓ ସଂସ୍କୃତି ଉଜ୍ଜୀବିତ ଲକ୍ଷ୍ୟକୁ ସମ୍ପାଦିତକୁ ସ୍ବାଗତ*
ନୂଆପଡା(ମିଖାଏଲ ନନ୍ଦ)
୧୪/୦୩:
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏବଂ କୋମନା ବ୍ଲକ ସୀମାନ୍ତ ତିଖାଲି ଜଳେଶ୍ଵର ମନ୍ଦିର ପଡିଆ ପରିସରରେ ପ୍ରଥମ ବର୍ଷ ତିଖାଲି ଡ୍ୟାମ ଲୋକ ମହୋତ୍ସବ ଉଦଘାଟିତ ହୋଇ ଯାଇଛି। ଆଜି ପାଳନ କମିଟି ସଭାପତି ଗୌତମ ତାଣ୍ଡି ବିଜୟ ମଶାଲ ଶୋଭାଯାତ୍ରା କୁ ମଞ୍ଚରେ ସ୍ଥାପିତ କରିଥିବା ବେଳେ ସାଂସ୍କୃତିକ ସନ୍ଧ୍ୟାର ଉପ ସଭାପତି ଦଶମୁ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ନୂଆପଡ଼ା ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ମୁଖ୍ୟ ବକ୍ତା ଭାବରେ ଜିଲ୍ଲା କଳା ଓ ସଂସ୍କୃତି ସଂଘର ଉପ ସଭାପତି ଅର୍ଜ୍ଜୁନ ଛତ୍ରିଆ, ସମ୍ମାନିତ ଅତିଥି ଭାବରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣାଧୀନ ଯନ୍ତ୍ରୀ ପ୍ରେମାନନ୍ଦ ମାଝୀ, ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଅମୋଘ ନାରାୟଣ ପଣ୍ଡା, ଖଡ଼ିଆଳ ବିଡ଼ିଓ ମିଳନ କୁମାର ଝାଙ୍କର, ଖଡ଼ିଆଳ ତହସିଲଦାର ନରସିଂହ ଗଦବା, ମହୋତ୍ସବ କମିଟିର ଉପ ସଭାପତି ଶ୍ୟାମ ସୁନ୍ଦର୍ କୁଲଦୀପ, ଜିଲ୍ଲା ପରିଷଦ ସଭ୍ୟା ତନୟା ଶବର, ଜିଲ୍ଲା ପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା, ଖଡ଼ିଆଳର ବରିଷ୍ଠ କଂଗ୍ରେସ ନେତା କମଳ ଚରଣ ତାଣ୍ଡି, ସାନ ମହେଶ୍ୱର ସରପଞ୍ଚ ଆହ୍ଲାଦିନୀ ବେହେରା ଯୋଗଦାନ କରି ତିଖାଲୀ ଡ୍ୟାମରେ ଲୋକ ମହୋତ୍ସବ କୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ।
