ନିଖିଳ ଉତ୍କଳ ଖଇରା ମହାସଂଘର ବାର୍ଷିକ ଉତ୍ସବ
(ଧର୍ମାନନ୍ଦ ସେଠି ଙ୍କ ସ୍ୱତନ୍ତ୍ର ଖବର )
କାମାକ୍ଷାନଗର, କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଗୁନେଇବିଲ ଠାରେ ଖଇରା ମହାସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ମହାସଂଘ ର ସଭାପତି ଅରବିନ୍ଦ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତିର ଉର୍ନ୍ନତୀ ନିମନ୍ତେ ଜିଲ୍ଲାର ଭୂମିକା ଅପରିହାର୍ଯ୍ୟ ଏବଂ ଖଇରା ସମାଜରେ ରହିଥିବା ବିଶୃଙ୍ଖଳା କୁ ଶୃଙ୍ଖଳିତ କରିବା ସମାଜର ଉଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ l ଖଇରା ମଜାରେ ପ୍ରତିଷ୍ଠାତା ଟିକନ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବାର ଜିଲାରେ ସଂଗଠନ ସିଦୃଢ଼ ଥିବା ବେଳେ ଅନ୍ୟ ଜିଲ୍ଲା ଗୁଡିକରେ ସଂଗଠନକୁ ସୁଦୃଢ କରିବା ଉପରେ ଆଲୋକପାତ କରିଥିଲେ l ଦେବଗଡ଼ ସର୍କଲ ର ପୂର୍ବତନ ସଭାପତି ପଞ୍ଜିଆ ଭୋଇ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ଗ୍ରାମରେ ସମାଜ ର ସଦସ୍ୟମାନେ ନିଜର ପରମ୍ପରାକୁ ଭୁଲି ଯାଇଥିବା ବେଳେ ଏହି ସଂଘ ମାଧ୍ୟମରେ ତାହାକୁ ଉଦ୍ଜୀବିତ କରିବା କୁ ପରାମର୍ଶ ଦେଇଥିଲେ l ପାରିମାଳ ସର୍କଲ ର ସଭାପତି ସତ୍ୟବାଦୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ସଂପାଦକ ଅଭିରାମ ଭୋଇ, କୋଷାଧ୍ୟକ୍ଷ୍ୟ ବିଦ୍ୟୁତ ନାୟକ, ସହ ସଂପାଦକ ବାଇଧର ଭୋଇ, ଦେବଗଡ଼ ସର୍କଲ ର ସଭାପତି କ୍ଷୀରୋସିନ୍ଧୁ ଭୋଇ, କିଶୋରନଗର ସଭାପତି ପ୍ରଭାକର ଦେହୁରୀ, ରାଜ୍ୟ ସଂଘର ସଦସ୍ୟ ପ୍ରତାପ ଚନ୍ଦ୍ର ଭୋଇ, ମୋହନ ଭୋଇ, ଅନାଦି ଚରଣ ପ୍ରଧାନ, ଚକ୍ରଧର ଭୋଇ, ଗୋବର୍ଧନ ବିଶ୍ୱାଳ, ପାରିମାଳ ସର୍କଲ ର ଉପଦେଷ୍ଟା ସନାତନ ଭୋଇ, ବଣିଆପଡା ସର୍କଲ ର ସଭାପତି ପ୍ରଫୁଲ ଭୋଇ, ଗୁଣ୍ଡିଆପାଲି ସର୍କଲ ର ସଭାପତି ବାଞ୍ଛାନିଧି ପ୍ରଧାନ, କହେଁଇପାଲ ସର୍କଲ ର ସଭାପତି ବିଶ୍ୱନାଥ ନାୟକ, ରାଜ୍ୟ ସଦସ୍ୟ ଅଶୋକ କୁମାର ନାୟକ ପ୍ରମୁଖ ପ୍ରତ୍ୟେକ ଗ୍ରାମରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ପ୍ରତି ଗୁରୁତ୍ୱ ଦେବା ସକାଶେ ପ୍ରକାଶ କରିଥିଲେ l ଏଇ ଅବସରରେ ସେବତୀ ଭୋଇ,ଜ୍ୟୋତିମୟୀ ଭୋଇ, ଲିଖିଲ ନାୟକ, ପ୍ରକାଶ ଚନ୍ଦ୍ର ଭୋଇ, ଅମରେନ୍ଦ୍ର ଭୋଇ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ପରିଶେଷରେ ପ୍ରତାପ ଚନ୍ଦ୍ର ଭୋଇ ଧନ୍ୟବାଦ ଦେଇଥିଲେ l
