
*ହିମାଳୟନ ନାଗଟିବା ଅଭିଯାନରେ ଓଡିଶାର ପ୍ରଥମ ଆଇଏମଏଫ ଅନୁମୋଦିତ କଳାହାଣ୍ଡିର ଦୁଃସାହସିକ ଅଭିଯାତ୍ରୀ ଦଳ*
ଗତ ଉତ୍କଳ ଦିବସ ତଥା ୧ ତାରିଖରୁ ଓଡିଶାର କଳାହାଣ୍ଡି ଜିଲ୍ଲାର ୨୬ ଜଣିଆ ଦୁଃସାହସିକ ପର୍ବତାରୋହୀ ଦଳ ଭାରତର ଉତ୍ତରାଖଣ୍ଡ ରାଜ୍ୟର ହିମାଳୟନ ନାଗଟିବା ଟ୍ରେକିଙ୍ଗ ଅଭିଯାନ ୨୦୨୫ ପାଇଁ ଆମେ କେସିଙ୍ଗାରୁ ସମତା ଟ୍ରେନ ଯୋଗେ ଦିଲ୍ଲୀ ଆସି ସେଠାରୁ ବସ ଯୋଗେ ଉତ୍ତରାଖଣ୍ଡର ଡେରାଡୁନରେ ପହଞ୍ଚିଲୁ। ଏହି ଅଭିଯାନ ୧ ଏପ୍ରିଲରୁ ଆରମ୍ଭ ହୋଇ ୧୧ ଏପ୍ରିଲରେ ଶେଷ ହେବ । ସେଠାରୁ ହିମାଳୟନ ନାଗଟିବା ସମ୍ବନ୍ଧୀୟ ପ୍ରସ୍ତୁତି ତଥା ଆବଶ୍ୟକୀୟ ବିଷୟ ଉପରେ ସମସ୍ତ ଟିମ ସହିତ ଡେରାଡୁନ ଟ୍ରେକିଙ୍ଗ ଟିମ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲୁ। ଆମର ଏହି ୨୬ ଜଣିଆ ଟିମରେ ୨୦ ଜଣ ଦୁଃସାହସିକ କ୍ରୀଡାବିତ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ଆମେ ୬ ଜଣ ଅଫିସିଆଲ ଭାବରେ ଅଛୁ । ସେମାନଙ୍କ ମଧ୍ଯରୁ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡାସ୍ଥିତ ରିଷିଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବିକାଶ ଗହୀର, ରଞ୍ଜୁ ରଣା, ମଧୁସ୍ମିତା ସାହୁ, ତନୁଶ୍ରୀ ସାହୁ ସେହିପରି ମଦନପୁର ରାମପୁରର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ସସ୍ମିତା ରଣା,ପୂଜା ଭୋଇ, ପ୍ରତିମା ପାତ୍ର, ଜୟଦୁର୍ଗା ଉଚ୍ଚ ବିଦ୍ଯାପୀଠ, ମଦନପୁର ରାମପୁରରୁ ଅଶ୍ବନୀ ଡୁଙ୍ଗରୀ, ନର୍ଲା ବ୍ଳକ ଅନ୍ତର୍ଗତ ତୁଳାପଡାସ୍ଥିତ ବିଜୟାନନ୍ଦ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଅଜୟ ମାଝୀ, ଗାତାଞଳୀ ମାଝୀ, ସରିତା ଦୀପ, ନର୍ଲା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପୁଷ୍ପରାଜ ପୋଢ, ରୁବିନା ବାଗ, ରୁପ୍ରାରୋଡର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପ୍ରିୟଙ୍କା ପୁଟେଲ, ସଳକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ରୁପ୍ରାରୁ ଅଷ୍ଟମ ଶ୍ରେଣୀର ଛାତ୍ର ରାଜ ମାଝୀ, ଭବାନୀପାଟଣାସ୍ଥିତ ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଘନଶ୍ୟାମ କୁମାର, ରାହୁଲ ବେମାଲ, ଜୁଲି ସାହୁ ଏହି ଅଭିଯାନରେ ଭାଗ ନେଇଛନ୍ତି। ଏହି ଦୁଃସାହସିକ ପର୍ବତାରୋହଣ ଅଭିଯାନ ମୁଁ ଏଭେରେଷ୍ଟ ଆରୋହୀ ତଥା ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ ନେତୃତ୍ବ ନେଉଥିବା ବେଳେ ମୋତେ ବରିଷ୍ଠ ପର୍ବତାରୋହୀ ପ୍ରଶିକ୍ଷକ ରୋମାଞ୍ଚଳ ଭୋଇ, ଧନପତି ବାଗ, ବିଶ୍ବବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ମୁଖ୍ୟ ଡ଼କ୍ଟର ଘନଶ୍ୟାମ ବେହେରା ପ୍ରମୁଖ ଦାୟିତ୍ବ ନେଇ ସହଯୋଗ କରୁଛନ୍ତି। ସେହିପରି ଛାତ୍ରୀଙ୍କୁ ଗାଇଡ କରିବା ପାଇଁ ବିଶ୍ବବିଦ୍ୟାଳୟର ଭୂଗୋଳ ବିଭାଗର ଅଧ୍ୟାପିକା ରୋଜ ମେରି ରଶ୍ମିତା ଏକା ତଥା ବରଗଡର ଦୁଃସାହସିକ ଗାଇଡ ପୂଜା ପ୍ରଧାନ ସଂପୂର୍ଣ୍ଣ ସହଯୋଗ କରୁଛନ୍ତି । ଆମର ଏହି ପର୍ବତାରୋହଣ ଅଭିଯାତ୍ରୀ ଦଳରେ ୧୫ ଜଣ ମହିଳା ଥିବା ବେଳେ ୧୧ ଜଣ ପୁରୁଷ ଅଛୁ। ଏହି ହିମାଳୟନ ନାଗଟିବା ଟ୍ରେକିଙ୍ଗ ଅଭିଯାନ ହେଉଛି ଓଡିଶାର ପ୍ରଥମ ଆଇଏମଏଫ ଅନୁମୋଦିତ ଟ୍ରେକିଙ୍ଗ ଅଭିଯାନ ଅଟେ। ଏହି ଦୁଃସାହସିକ ପର୍ବତାରୋହଣ ଡେରାଡୁନରୁ ଆରମ୍ଭ ହୋଇ ପନତବାଡି ଦେଇ ବେସ କ୍ଯାମ୍ପରେ ପହଞ୍ଚିଥିଲୁ। ତାପରେ ବେସ କ୍ଯାମ୍ପରୁ ସମସ୍ତେ ୫ ଏପ୍ରିଲରେ ରାତି ୪ ଘଣ୍ଟା ସମୟରେ ବାହାରି ଦିନ ପ୍ରାୟ ୧୨ ଘଣ୍ଟା ୩୦ ମିନିଟ ସମୟରେ ୧୦୦୦୦ ଫୁଟ ଉଚ୍ଚତା ବିଶିଷ୍ଟ ହିମାଳୟନ ନାଗଟିବାରେ ସଫଳତାର ସହିତ ପହଞ୍ଚି ଜାତୀୟ ପତାକା ଉଡାଇବା ସହିତ ମା ମାଣିକେଶ୍ଵରୀଙ୍କ ଜୟ ଧ୍ବନି, ଜୟ ଜଗନ୍ନାଥଙ୍କର ଜୟ ଧ୍ବନି ସହିତ ହିମାଳୟନର ଅନନ୍ଯ ଅନୁଭୂତି ତଥା ଗବେଷଣାତ୍ମକ ଅଭିଜ୍ଞତା ତଥା ପାଣିର ସୁରକ୍ଷା ସଚେତନତା ହାସଲ କରାଯାଇଥିଲା। ଏହି ନାଗଟିବା ଟ୍ରେକିଙ୍ଗ ଶିଖରରେ ପାଖାପାଖି ୧ ଘଣ୍ଟା ରହି ଦୁଃସାହସିକ ପର୍ବତାରୋହଣ, ଭୌଗୋଳିକ ଅନୁଧ୍ୟାନ, ଗ୍ଲାସିୟର ସୁରକ୍ଷା, ହିମାଳୟନର ସୁରକ୍ଷା ତଥା ଆଗାମୀ ପିଢି ପାଇଁ ଏହା କେତେ ଆବଶ୍ୟକ ତାର ମହତ୍ତ୍ବ ଉପରେ ଆଲୋଚନା କରାଯାଇଥିଲା। ପର୍ବତାରୋହଣ ସମୟରେ ଅତ୍ୟଧିକ ୪ ଡିଗ୍ରି ରୁ ୫ ଡିଗ୍ରି ଥଣ୍ଡା ହେଉଥିଲା, ତଥାପି ସମସ୍ତେ ସାହସିକତାର ସହିତ ଶେଷ କରିଥିଲୁ। ତାପରେ ସମସ୍ତେ ବ୍ଯାସ କ୍ଯାମ୍ପକୁ ଫେରି ଆସି ଡେରାଡୁନ, ହରିଦ୍ଵାର ହୋଇ ସୁରକ୍ଷିତ ଭାବରେ ସମସ୍ତେ ଦିଲ୍ଲୀରେ ପହଞ୍ଚିଛୁ। ଏହି ଦୁଃସାହସିକ ହିମାଳୟନ ନାଗଟିବା ଟ୍ରେକିଙ୍ଗ ଅଭିଯାନ ପାଇଁ ବେଦାନ୍ତ ଆଲୁମିନିୟମ ପ୍ରୟଜୋକ ହୋଇ ୪ ଲକ୍ଷ୍ଯ ଟଙ୍କା ଦେଇଥିବା ବେଳେ ବିକାଶ ଗ୍ରୁପ ଅଫ ଅନୁଷ୍ଠାନ କଳାହାଣ୍ଡି ୫୦୦୦୦ ଟଙ୍କା, କଳାହାଣ୍ଡି ଜିଲ୍ଲାପାଳ ୩୦୦୦୦ ଟଙ୍କା ତତ୍ ସଙ୍ଗେ ମାନନୀୟା କଳାହାଣ୍ଡିର ଲୋକସଭା ସାଂସଦ ୨୦୦୦୦ ଟଙ୍କା (କୋଡିଏ ହଜାର ଟଙ୍କା ) ସହାୟତା ପ୍ରଦାନ କରିଛନ୍ତି। ଯେଉଁଠାରେ Youth4water plus, ୟୁନିସେଫ ଓଡିଶା ଶାଖା ଟି ସାର୍ଟ ପ୍ରଦାନ କରିଥିଲେ। ଏହି କଳାହାଣ୍ଡିର ଦୁଃସାହସିକ ପର୍ବତାରୋହଣ ଟ୍ରେକିଙ୍ଗ ଅଭିଯାନରେ ଯୁବକ ଯୁବତୀ ମାନେ ସଫଳତା ପାଇ ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ତଥା ଓଡିଶା ତଥା ଭାରତବର୍ଷରେ ଗର୍ବ ଓ ଗୌରବ ଆଣି ବିଶ୍ବ ସ୍ତରରେ ପହଞ୍ଚିବ ବୋଲି ଏଭରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇ, ରୋମାଞ୍ଚଳ ଭୋଇ, ଡକ୍ଟର ଘନଶ୍ୟାମ ବେହେରା ଭାବରେ ଆମେ ଆଶା ଓ ବିଶ୍ବାସ କରୁଛୁ । ସେଥିପାଇଁ ଆଗାମୀ ଏହି ଦୁଃସାହସିକ କ୍ରୀଡାବିତ ମାନଙ୍କୁ ଜିଲ୍ଲା ପ୍ରଶାସନ, ସାଂସଦ, ବିଧାୟକ ତଥା ରାଜ୍ଯ ସରକାରଙ୍କର ସହଯୋଗ ପାଇଁ ନିବେଦନ କରୁଛୁ। ଆମର ଅଭିଯାନରେ ସହଯୋଗ କରିଥିବା ଜିଲ୍ଲା ପ୍ରଶାସନ, ସାଂସଦ ମହୋଦୟା, ବେଦାନ୍ତ ଆଲୁମିନିୟମ, ବିକାଶ ଗ୍ରୁପ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଅଛୁ। ଆମର ଏହି ହିମାଳୟନ ନାଗଟିବା ଟ୍ରେକିଙ୍ଗ ଅଭିଯାନ ଦଳ ଆସନ୍ତା ୧୧ ଏପ୍ରିଲରେ କଳାହାଣ୍ଡିରେ ପହଞ୍ଚିବା ଯୋଜନା କରାଯାଇଅଛି। କଳାହାଣ୍ଡି ରୁ କିଶନ୍ ଶର୍ମା ଙ୍କ ରିପୋର୍ଟ