
ଜନ ସେବା ନାମରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ।
ସରକାର ଙ୍କ ତରଫରୁ ଆୟୁଷ୍ମାନ ହେଲଥ୍ କାର୍ଡ ଆଶାକର୍ମୀ ମାନେ ଜନସେବା କେନ୍ଦ୍ର ରେ ଆଧାର ଅପଡେଟ କରି ସାଧାରଣ ଲୋକଙ୍କୁ ବିନା ମୂଲ୍ୟରେ ଦେବା କଥା। କାର୍ଡ ମିଳୁଛି ଶତ କିନ୍ତୁ ସେଥିପାଇଁ ଦେବାକୁ ପଡ଼ୁଛି ଅର୍ଥ। ସରକାର ତରଫରୁ ଜନସେବା କେନ୍ଦ୍ର ଗୁଡିକୁ ଯିଏ ଯେତେ କାର୍ଡ ବାଣ୍ଟିବ ସେଇ ଅନୁସାରେ ଟଙ୍କା ଦିଆଯିବା କଥା । ସୋର ବ୍ଲକ ର ବିଭିନ୍ନ ଜନସେବା କେନ୍ଦ୍ର ଗୁଡିକର ମାଲିକ ମାନେ ୧୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ନେବାକୁ ଦାବି କରୁଥିବା ନେଇ ଅଭିଯୋଗ ହୋଇଛି। ଯଦି କିଛି ଲୋକ ଟଙ୍କା ଦେଉନାହାନ୍ତି ଜନସେବା ମାଲିକ ଗୁଡ଼ିକ ଧମକ ଦେଉଥିଵା ମଧ୍ୟ ନେଇ ଅଭିଯୋଗ ହୋଇଛି । ଦେଖିବାକୁ ବାକି ରହିଲା ସୋର ସହର ରେ କେବେ ବନ୍ଦ ହେବ ଏଭଳି ଦୁର୍ନୀତି।