
ରଙ୍ଗମାଟିଆ ଗ୍ରାମର ଗୌଡ଼ ବସ୍ତିରେ ୩୦ଦିନ ହେଲା ନଳକୂପ ଅଚଳ ମରାମତି ପାଇଁ ଦାବି
ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କରଲଗା ପଞ୍ଚାୟତ ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମର ଗୌଡ଼ ବସ୍ତିରେ ଥିବା ଏକ ମାତ୍ର ନଳକୂପ ଗତ ଏକ ମାସରୁ ଊର୍ଦ୍ଧ୍ବ ହେଲା ଅଚଳ ଅବସ୍ଥାରେ ପଡ଼ିରହିଛି। ଫଳରେ ବସ୍ତିରେ ଥିବା ୫୦ ରୁ ଅଧିକ ଲୋକ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ପାନୀୟ ଜଳ, ରୋଷେଇ ପାଇଁ ସେହି ଏକ ମାତ୍ର ନଳକୂପ ହିଁ ଗୌଡ଼ ବସ୍ତିଙ୍କ ପାଇଁ ଭରସା ଥିଲା। ନଳକୂପଟି ଅଚଳ ହୋଇପଡିଥିବାରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ବାରମ୍ବାର ୱାର୍ଡମେମ୍ବର ଠାରୁ ଆରମ୍ଭ କରି ପଞ୍ଚାୟତକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିବା ଗୌଡ଼ ବସ୍ତିର ଲୋକମାନେ ପ୍ରକାଶ କରିଛନ୍ତି।ଏଥି ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଆକର୍ଷଣ କରିବାକୁ ଦାବି ହେଉଛି।