ବଡସାହି ରେ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ
ବଡସାହି,……( ଅଜିତ ମହାର୍ଣ୍ଣ )ବଡସାହି ବ୍ଲକ୍ ବିଜୁ ଜନତା ଦଳ ପକ୍ଷରୁ ମହାନ ଜନ ନାୟକ ବିଜୟାନନ୍ଦ ପଟ୍ଟନାୟକଙ୍କ ୨୮ତିରୋଧାନ ଦିବସ ପାଳିତ ହୋଇ ଯାଇଛି । ଏଥିରେ ବ୍ଲକ୍ ସଭାପତି ତପନ କୁମାର ପତିଙ୍କ ଅଧକ୍ଷ୍ୟତାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଉପସ୍ଥିତ ନେତୃବୃନ୍ଦ
ମାନେ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ସହିତ ଧୂପପୁଷ୍ପ ପ୍ରଦାନ କରିଥିଲେ । ଏହି ସ୍ମୃତିଚାରଣ ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଗଣେଶ୍ଵର ପାତ୍ର, ଉପାଧକ୍ଷ୍ୟ କାଂଚନ ପ୍ରଧାନ, ଯୁବ ସଭାପତି ନିହାର ରଂଜନ ମହାପାତ୍ର, ପୂର୍ବତନ ଜୋନ ସଂଯୋଜକ ରାଜେନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଦସ୍ୟା ସୁବାସିନୀ ନାଏକ, କାର୍ଯ୍ୟକାରୀ ଯୁବ ସଭାପତି ଦୀପକ ସାହୁ, ଆଡଭୋକେଟ ସତ୍ୟବ୍ରତ ମିଶ୍ର, ଦିଲ୍ଲିପ ପାତ୍ର, ନିରୋଜ ପଟ୍ଟନାୟକ, ପରମାନନ୍ଦ ମହାନ୍ତି, ଜଗବନ୍ଧୁ ଟିପିରିଆ, ଜଗବନ୍ଧୁ ବଗାଳ, ନରେନ୍ଦ୍ର ସିଂ ଓ ମନୋରଂଜନ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ତାଙ୍କ ୮୨ ବର୍ଷ ସଂର୍ଘଷମୟ ଜୀବନର ସ୍ମୃତି ଚାରଣ କରିଥିଲେ । ବର୍ତମାନର ମହୋନ ସରକାର ଭାରତ
ରତ୍ନକୁ କିପରି ଉପେକ୍ଷା କରି ବିଜୁ ପଟ୍ଟନାୟକଙ୍କ ନାମ ଥିବା ଏକାଧିକ ଯୋଜନାକୁ ପରିବର୍ତନ କରିବା ସହିତ ପ୍ରତିମୂର୍ତୀର ମୁଣ୍ଡକାଟ, ପ୍ରତିମୂର୍ତୀ ଜଳିବା, ବିମାନବନ୍ଦରର ନାମ ପରିବର୍ତନ କରିବାକୁ ଷଢଯନ୍ତ୍ର କରିବା ଓ ବିଜୁ ପଟ୍ଟନାୟକ ରିସର୍ଚ୍ଚ ଫେଲୋସିପକୁ ବନ୍ଦ କରିବା ପାଇଁ ଯୋଜନା କରିବା ଆଦି
ପଦକ୍ଷେପକୁ ଗଭୀର ଭାବେ ନିନ୍ଦା କରାଯାଇଥିଲା । ଏହି ସମୟରେ ବିଜୁ ପଟ୍ଟନାୟକ ଅମର ରହେ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ ଓ ବିଜୁ ଜନତା ଦଳ ଜିନ୍ଦାବାଦ ଧ୍ଵନୀରେ ଅଂଚଳ ପ୍ରକମ୍ପିତ ହୋଇ ଉଠିଥିଲା । ଏଥିରେ ସମସ୍ତ ପଂଚାୟତର ଯୁବ, ଛାତ୍ର, ମହିଳା ଓ ଦଳୀୟ କର୍ମକର୍ତାମାନେ ଯୋଗ ଦେଇ ଧୂପପୁଷ୍ପ ପ୍ରଦାନ କରିଥିଲେ । ଏହି ଅବସରରେ ଆଗାମୀ ଦିନରେ ସମସ୍ତେ ଏକଜୁଟ ହୋଇ ଦଳ ପାଇଁ କାମ କରିବାକୁ ଆହ୍ବାନ ଦିଆଯାଇଥିଲା ଏଆରଓ ବିଶ୍ଵଜିତ ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
